କଟକ: ଜଷ୍ଟିସ୍ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦଙ୍କୁ କର୍ଣ୍ଣାଟକ ହାଇକୋର୍ଟରୁ ଓଡ଼ିଶା ହାଇକୋର୍ଟକୁ ବଦଳି କରାଯାଇଛି।
ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟ ଗୁରୁବାର ତାଙ୍କର ବଦଳି ସମ୍ପର୍କରେ ସୂଚନା ଦେଇଛି। “ଭାରତୀୟ ସମ୍ବିଧାନର ଧାରା ୨୨୨ର ଧାରା (୧) ଦ୍ୱାରା ପ୍ରଦତ୍ତ କ୍ଷମତା ବ୍ୟବହାର କରି, ରାଷ୍ଟ୍ରପତି, ଭାରତର ପ୍ରଧାନ ବିଚାରପତିଙ୍କ ସହ ପରାମର୍ଶ ପରେ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବରେ ସ୍ଥାନାନ୍ତର କରିଛନ୍ତି।
ସୁପ୍ରିମକୋର୍ଟ କଲେଜିୟମ୍ ୧୫ ଏବଂ ୧୯ ଏପ୍ରିଲ୍, ୨୦୨୫ ରେ ଅନୁଷ୍ଠିତ ବୈଠକରେ ଏହି ବଦଳି ସୁପାରିଶ କରିଥିଲେ। ତେବେ ଏଥିସହିତ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୯କୁ ବୃଦ୍ଧି ପାଇଛି।
୨୦ ଜୁଲାଇ, ୧୯୬୪ ରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ ଦୀକ୍ଷିତଙ୍କୁ ପ୍ରଥମେ ୧୪ ଫେବୃଆରୀ, ୨୦୧୮ ରେ କର୍ଣ୍ଣାଟକ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବରେ ନିଯୁକ୍ତ କରାଯାଇଥିଲା। ପରେ ୭ ଜାନୁଆରୀ, ୨୦୨୦ ରେ ସ୍ଥାୟୀ ବିଚାରପତି ହୋଇଥିଲେ। ଅପରପକ୍ଷରେ ତାଙ୍କର ନ୍ୟାୟିକ ନିଯୁକ୍ତି ପୂର୍ବରୁ ସେ କର୍ଣ୍ଣାଟକ ହାଇକୋର୍ଟର ଅତିରିକ୍ତ ସଲିସିଟର ଜେନେରାଲ ଭାବରେ କାର୍ଯ୍ୟ କରିଥିଲେ।
Comments are closed.