Latest Odisha News

୧୩୦ କି.ମି. ବେଗରେ ଟ୍ରେନ ଚଳାଚଳ ତିଆରି ହେବ ଫେନସିଂ, ରକ୍ଷାପାଇବେ ପଶୁଙ୍କ ଜୀବନ

ଭୁବନେଶ୍ୱର: ରେଳ ନିରାପତ୍ତାକୁ ସୁଦୃଢ଼ କରିବା ଏବଂ ଟ୍ରେନର ଗତି ବୃଦ୍ଧି କରାଇବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ ରେଳ ମଣ୍ଡଳର ଭଦ୍ରକ-ପଲାସା ଏବଂ ଖୋର୍ଦ୍ଧା ରୋଡ-ପୁରୀ ରେଳ ସେକ୍ସନରେ ଟ୍ରାକ ନିରାପତ୍ତା ଜନିତ ରେଳ ଧାରଣା କଡରେ ବାଡ ଦେବା ପାଇଁ ରେଳ ମନ୍ତ୍ରଣାଳୟ ₹୨୭୫.୦୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଯାହାଦ୍ୱାରା ଏହି ମାର୍ଗରେ ୧୩୦ କିଲୋମିଟର ଏବଂ ତା’ଠାରୁ ଅଧିକ ବେଗରେ ଟ୍ରେନର ନିରାପଦ ଚଳାଚଳ କାର୍ଯ୍ୟକୁ ସହଜ କରିବାକୁ ଏହି ପ୍ରକଳ୍ପ ଲକ୍ଷ୍ୟ ରଖିଛି ।

ଏହି ବାଡ଼ଦେବା କାର୍ଯ୍ୟକୁ ସୁନିଶ୍ଚିତ କରିବା ଏବଂ ଯେକୌଣସି ବ୍ୟାଘାତକୁ ଏଡାଇବା ପାଇଁ ରେଳ ମନ୍ତ୍ରଣାଳୟ ଟ୍ରାକ ନିକଟରେ ନିଜ ସୀମା ମଧ୍ୟରେ ପ୍ରାଚୀର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛି । ଏହି ପଦକ୍ଷେପ ଦ୍ଵାରା ରେଳ ଟ୍ରାକ୍ ନିକଟରେ ଚରୁଥିବା ବା ବିଚରଣ କରୁଥିବା ଗୃହପାଳିତ ପଶୁ ରେଳ ଲାଇନରେ ପ୍ରବେଶ କରିପାରିବେ ନାହିଁ । ତା’ଛଡା ଏହି ପଦକ୍ଷେପ ଯାତାୟାତର ସୁଗମତା ପାଇଁ ଲାଭ ପ୍ରଦାନ କରିବା ସହ ପଶୁମାନଙ୍କ ଜୀବନ ରକ୍ଷା କରିବ ।

ସୂଚନାଯୋଗ୍ୟ ଯେ, ନିକଟରେ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକସଭାରେ ସୂଚନା ଦେଇ କହିଥିଲେ ଯେ ୧୧୦ କିଲୋମିଟରରୁ ୧୩୦ କିଲୋମିଟର ବେଗରେ ବନ୍ଦେ ଭାରତ ଟ୍ରେନ୍ ଚଳାଚଳକୁ ସୁଗମ କରିବା ପାଇଁ ଅଣସୁରକ୍ଷିତ ସ୍ଥାନରେ ସୁରକ୍ଷା ବାଡ କୌଶଳ ପ୍ରୟୋଗ କରାଯିବ । ୧୩୦ କିଲୋମିଟରରୁ ଅଧିକ ବେଗ ପାଇଁ, ସମଗ୍ର ଟ୍ରାକ ଦୈର୍ଘ୍ୟରେ ନିରନ୍ତର ନିରାପତ୍ତା ଜନିତ ବାଡ଼ ଦେବା କାର୍ଯ୍ୟ ଅଥବା ଫେନସିଂ ସ୍ଥାପନ କରାଯିବ ।

 

Comments are closed.