Latest Odisha News

BREAKING NEWS

ସୁଇମିଂ ପୁଲରେ ବୁଡି ନାବାଳକ ମୃତ

ଭୁବନେଶ୍ୱର : ଭୁବନେଶ୍ୱରର ଏକ ଘରୋଇ କ୍ଲବର ସୁଇମିଂ ପୁଲରେ ମଙ୍ଗଳବାର ଦିନ ପ୍ରଶିକ୍ଷଣ ନେଉଥିବାବେଳେ ଜଣେ ନାବାଳକ ଛାତ୍ର ପାଣିରେ ବୁଡ଼ିଯାଇ ମୃତ୍ୟୁବରଣ କରିବା ଭଳି ଅଭାବନୀୟ ଘଟଣା ଘଟିଛି ।

ମୃତ ଛାତ୍ର ଜଣଙ୍କ ହେଉଛନ୍ତି ସନ୍ଦୀପ ସାହୁ।

ମିଳିଥିବା ସୂଚନାନୁଯାୟୀ ଉକ୍ତ ଛାତ୍ରଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ତେବେ କ୍ଲବ୍ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ତାଙ୍କ ପୁଅର ମୃତ୍ୟୁ ଘଟିଥିବା ନେଇ ପରିବାର ବର୍ଗ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.