Latest Odisha News

BREAKING NEWS

ନାବାଳକ ବି ପାଇ ପାରିବେ ପାନ କାର୍ଡ, ଜାଣନ୍ତୁ କେମିତି କରିବେ ଆବେଦନ ?

ନୂଆଦିଲ୍ଲୀ: ବ୍ୟାଙ୍କ ଆକାଉଣ୍ଟ ହେବ ଅବା ବଡ଼ ଧରଣର ଟଙ୍କା କାରବାର ବେଳେ ପାନ କାର୍ଡର ଆବଶ୍ୟକତା ହୋଇଥାଏ । ଯଦି ଆପଣ ଆପଣଙ୍କ ଛୁଆର ନାମରେ ନିବେଶ କରିବାକୁ ଚାହୁଁଛନ୍ତି ଅଥବା ନୋମିନି ରଖିବାକୁ ଚାହୁଁଛନ୍ତି ତା ହେଲେ ଆପଣଙ୍କୁ ପାନ କାର୍ଡ ଆବଶ୍ୟକ ହେବ । ଆସନ୍ତୁ ଜାଣିବା ନାବାଳକଙ୍କ ପାନ କାର୍ଡ କେମିତି ପାଇବେ…

ଆଧାର କାର୍ଡ ଭଳି ପାନ କାର୍ଡକୁ ପରିଚୟ ପତ୍ର ଭାବେ ବ୍ୟବହାର କରାଯାଇଥାଏ । ପାନ କାର୍ଡରେ ଆପଣଙ୍କ ସମସ୍ତ ଆର୍ଥିକ ସ୍ଥିତି ନେଇ ସୂଚନା ରହିଥାଏ । ପାନ କାର୍ଡର ନମ୍ବର ୧୦ ଟିକିଆ ହୋଇଥିବା ବେଳେ ଏହା ପରିଚୟ ପତ୍ର ଛଡ଼ା ଟିକସ ଭରିବା, ଆଇଟିଆର୍ ଫାଇଲ୍ ଓ ଟିଡିଏସ୍ କ୍ଲେମ୍ ବେଳେ କାମରେ ଆସିଥାଏ ।

ସମସ୍ତ କରଦାତା, ବାଣିଜ୍ୟ, ସଂଗଠନ ପାଇଁ ପାନକାର୍ଡ ବାଧ୍ୟତାମୂଳକ ଅଟେ । ଅନେକ ସମୟରେ ପାନ କାର୍ଡ ନଥିବାରୁ କାମ ହୋଇ ପାରି ନଥାଏ । ଫଳରେ ପାନ କାର୍ଡ ପ୍ରସ୍ତୁତ ଜରୁରି ହୋଇ ପଡ଼େ । ଯଦି କୌଣସି ନାବାଳକ ମାସିକ ୧୫ ହଜାର ଟଙ୍କାରୁ ଅଧିକ ଆୟ କରୁଥାନ୍ତି ତେବେ ସେ ଆଇଟିଆର୍ ଲାଗି କ୍ଲେମ୍ କରି ପାରିବେ । ଆଉ ଏଥିପାଇଁ ଦରକାର ପାନ କାର୍ଡ । ଯଦି ଆପଣଙ୍କ ପାଖେ ପାନ କାର୍ଡ ନାହିଁ ତ କ୍ଲେମ୍ କରି ପାରିବେ ନାହିଁ ।

ତେବେ ନାବାଳକଙ୍କ ପାନ କାର୍ଡ ଲାଗି ବାପାମାଆ କିମ୍ବା ଘରର ଅନ୍ୟ କୌଣସି ସଦସ୍ୟ ଆବେଦନ କରି ପାରିବେ । ତେବେ ନାବାଳକଙ୍କ ନାମରେ ଜାରି ହେଉଥିବା ପାନ କାର୍ଡରେ ଫଟୋ ଓ ଦସ୍ତଖତ ରହି ନଥାଏ । ଫଳରେ ଏହାକୁ ଆପଣ ପରିଚୟପତ୍ର ଭାବେ ବ୍ୟବହାର କରି ପାରିବେ ନାହିଁ । ୧୮ ବର୍ଷ ହେବା ପରେ ପାନ କାର୍ଡ ଅପଡେଟ୍ କରି ପାରିବେ ।

ନାବାଳକଙ୍କ ଲାଗି ପାନ କାର୍ଡ ଆବେଦନ କରିବାକୁ NSDL ୱେବସାଇଟକୁ ଯାଇ ୪୯ଏ ଫର୍ମ ପୂରଣ କରିବାକୁ ପଡ଼ିବ । ନାବାଳକଙ୍କ ସାର୍ଟିଫିକେଟ୍ ସହ ଅଭିଭାବକଙ୍କ ଫଟୋ ଏବଂ ଅନ୍ୟ ପ୍ରମାଣପତ୍ର ଦେଇ ୧୦୭ ଟଙ୍କା ଜମା କରିବାକୁ ପଡ଼ିବ । ଆବେଦନ ପରେ ପୋଷ୍ଟାଲରେ ଆସିଯିବ ପାନ କାର୍ଡ ।

Leave A Reply

Your email address will not be published.