Latest Odisha News

BREAKING NEWS

ମିଳିଲା ନିଖୋଜ ବୃଦ୍ଧଙ୍କ ମୃତଦେହ, ହାତୀ ଦଳି ଦେଇଥିବା ସନ୍ଦେହ

ଅନୁଗୁଳ: ଗତକାଲି ଠାରୁ ନିଖୋଜ ଥିବା ବୃଦ୍ଧଙ୍କ ମୃତଦେହ ମିଳିଛି । ରବିବାର ଠାରୁ ଅନୁଗୁଳ ଜିଲ୍ଲା ବନ୍ତଳା ହମାମିପା ଗାଁର ୫୫ ବର୍ଷୀୟ ନିତ୍ୟା ଗୋଚ୍ଛାୟତ ବାହାରକୁ ଯାଇ ଘରକୁ ଫରେ ନଥିଲେ । ଘର ଲୋକ ରାତିରେ ଖୋଜାଖୋଜି ପରେ ନିତ୍ୟାଙ୍କୁ ପାଇ ନଥିଲେ ।

ଆଜି ପୁଣି ଖୋଜାଖୋଜି କଲା ବେଳେ ଗାଁ ନିକଟ ଏକ ପଡ଼ିଆରୁ ନିତ୍ୟାଙ୍କ ମୃତଦେହ ମିଳିଛି । ପାରିପାର୍ଶ୍ୱିକ ସ୍ଥିତିରୁ ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ବନ୍ତଳା ପୋଲିସ ଓ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ କରୁଛନ୍ତି ।

Leave A Reply

Your email address will not be published.