Latest Odisha News

BREAKING NEWS

ଗଛରୁ ନାବାଳକ ଓ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାରିପଦା: ଅଭାବନୀୟ ଘଟଣା । ଗଛରୁ ଝୁଲନ୍ତା ଅବସ୍ଥାରେ ଦୁଇ ଜଣ ନାବାଳକ ଓ ନାବାଳିକାଙ୍କ ମୃତଦେହ ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ଧୋନଶୋଳ ଗାଁ କେନାଲ ନିକଟ ଏକ ଗଛରୁ ସେମାନଙ୍କର ମୃତଦେହ ଉଦ୍ଧାର ହୋଇଛି । ମୃତ ନାବାଳକର ବୟସ ୧୬ ବର୍ଷ ଓ ନାବାଳିକାର ବୟସ ୧୪ ବର୍ଷ ହେବ ।

ମୃତକମାନେ ସମ୍ପର୍କରେ ଭାଇ ଭଉଣୀ ହେବେ ବୋଲି ଜଣା ପଡ଼ିଛି । ଦୁହିଁଙ୍କର ଘର ଧାନଶୋଳ ଗାଁରେ । ତେବେ ସେମାନେ କାହିଁକି ଏଭଳି କାମ କଲେ ସ୍ପଷ୍ଟ ହୋଇନି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଖୋଳତାଡ ଚଳାଇଛି ।

Leave A Reply

Your email address will not be published.