Latest Odisha News

BREAKING NEWS

ନ୍ୟାୟ ଦାବି କରି ସ୍ୱାମୀଙ୍କ ଘର ସାମ୍ନାରେ ମାଣ ବସାଇଲେ ସ୍ତ୍ରୀ

ବ୍ରହ୍ମପୁର: ସ୍ୱାମୀଙ୍କ ଘର ଆଗରେ ମାଣ ବସାଇଲେ ସ୍ତ୍ରୀ । ନ୍ୟାୟ ଦାବି କରି ମାର୍ଗଶୀର ମାସ ପ୍ରଥମ ଗୁରୁବାରରେ ମାଣ ବସାଇଲେ । ଚିତା ପକାଇ, ଖଟୁଳି ଉପରେ ମାଣ ଥୋଇ ପୂଜା କଲେ । ହୁଳହୁଳି ଦେଇ ଲକ୍ଷ୍ମୀ ପୁରାଣ ମଧ୍ୟ ପଢ଼ିଥିଲେ ମହିଳା । ୪ଦିନ ହେବ ନ୍ୟାୟ ଭିକ୍ଷା କରି ଶ୍ୱଶୁର ଘର ସାମ୍ନାରେ ଧାରଣାରେ ବସିଥିବା ଏବେ ମାଣ ବସାଇ ପ୍ରତିବାଦ କରିଛନ୍ତି ପତ୍ନୀ ।

ବ୍ରହ୍ମପୁର ବ୍ରହ୍ମାନଗରର ଦ୍ୱିତୀୟ ଲାଇନରେ ୪ଦିନ ହେବ ବଧୁ ବେଶରେ ସ୍ୱାମୀ ସୁମିତଙ୍କ ଘର ଆଗରେ ନ୍ୟାୟ ଦାବିରେ ବସିଛନ୍ତି ତପସ୍ୱିନୀ । ଆଜି ମାର୍ଗଶୀର ମାସ ପ୍ରଥମ ଗୁରୁବାର ଥିବାରୁ ଶ୍ୱଶୁର ଘର ଆଗରେ ଲକ୍ଷ୍ମୀ ପୂଜା କରିଛନ୍ତି । ପୀଡ଼ିତାଙ୍କ ସପକ୍ଷରେ ଗତକାଲି ରାତିରେ ସାହି ବାସିନ୍ଦା ମେଳି ହୋଇଥିଲେ । ସୁମିତ ସେମାନଙ୍କୁ ଆଇନର ପାଠ ପଢ଼ାଇବା ପରେ ସେମାନେ ନିଜ ନିଜ ଘରକୁ ପଳାଇଥିବା ଅଭିଯୋଗ ହୋଇଛି । ଏପଟେ ତପସ୍ୱିନୀଙ୍କ ସହ ବାହାଘର ହୋଇଥିବା କଥାକୁ ସ୍ୱୀକାର କରିଛନ୍ତି ସୁମିତ । ଛାଡ଼ପତ୍ର ପାଇଁ କୋର୍ଟରେ ଆବେଦନ କରାଯାଇଥିବା କହିଛନ୍ତି ସୁମିତ୍ ।

Leave A Reply

Your email address will not be published.