Latest Odisha News

BREAKING NEWS

ନବଜାତର ମୃତ୍ୟୁ ପରେ ଆଖି ବୁଜିଲା ନାବାଳିକା ମାଆ

ଫୁଲବାଣୀ: ନବଜାତ ପରେ ଆଖି ବୁଜିଲା ନାବାଳିକା ମାଆ । ଚିକିତ୍ସାଧୀନ ଅବସ୍ଥାରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । କିଛିଦିନ ତଳେ ତୁମୁଡ଼ିବନ୍ଧ ବ୍ଲକ ବେଲଘର ଥାନା ରାଙ୍ଗାପୁର ଆବାସିକ ବିଦ୍ୟାଳୟର ଜଣେ ଛାତ୍ରୀ ଗର୍ଭବତୀ ଥିବା ଜଣାପଡ଼ିଥିଲା । ଏନେଇ ଥାନାରେ ଏତଲା ଦେଇଥିଲେ ବିଦ୍ୟାଳୟ କର୍ତ୍ତୃପକ୍ଷ ।

ନାବାଳିକା ଛାତ୍ରୀଙ୍କ ଜଣଙ୍କୁ ଗତ ୩୦ ତାରିଖରୁ ସୁଭଦ୍ରା ସେବା ସଦନରେ ରଖାଯାଇଥିଲା । ଗତକାଲି ପ୍ରସବ ବେଦନା ହେବା ସହ ଏକ ଶିଶୁ ପୁତ୍ର ଜନ୍ମ ଦେଇଥିଲେ ଛାତ୍ରୀ । ତାଙ୍କୁ ତୁରନ୍ତ ଘୁ. ଉଦୟଗିରି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ନବଜାତର ମୃତ୍ୟୁ ହୋଇଥିଲା ।

ତେବେ ନାବାଳିକାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଥିଲା । ଚିକିତ୍ସାଧୀନ ଅବସ୍ଥାରେ ନାବାଳିକା ମଧ୍ୟ ଆଖି ବୁଜିଛନ୍ତି । ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଅନ୍ୟପଟେ ଝିଅର ମୃତ୍ୟୁପରେ ବାପା ପୋଲିସର ଦ୍ୱାରସ୍ଥ ଏତଲା ଦେଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.