Latest Odisha News

ଋଷିକୁଲ୍ୟା ନଦୀରେ ବୁଡି ନାବାଳିକା ନିଖୋଜ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ କଞ୍ଜିମା ଗ୍ରାମ ନିକଟ ଋଷିକୁଲ୍ୟା ନଦୀରେ ଗାଧୋଉଥିବା ବେଳେ ଜଣେ ନାବାଳିକା ନିଖୋଜ ହୋଇଯାଇଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ ଉକ୍ତ ନାବାଳିକା ଜଣକ ଆଉ ୨ଜଣ ସାଙ୍ଗଙ୍କ ସହ ନଦୀକୁ ଗାଧୋଇବାକୁ ଆସିଥିଲେ । ସେଠାରେ ଗାଧୋଉଥିବା ବେଳେ ଅଚାନକ ସେମାନଙ୍କ ଗୋଡ ଖସିଯିବାରୁ ସମସ୍ତେ ପାଣିରେ ବୁଡି ଯାଇଥିଲେ ।

ତେବେ ପରବର୍ତ୍ତୀ ସମୟରେ ଚିତ୍କାର ଶୁଣି ସ୍ଥାନୀୟ ବାସିନ୍ଦା ଦୌଡିଆସି ୨ ଜଣଙ୍କୁ ଉଦ୍ଧାର କରିପାରିଥିବା ବେଳେ ଅନ୍ୟଜଣଙ୍କ କୌଣସି ପତ୍ତା ମିଳିନଥିଲା । ତେବେ ନିଖୋଜ ତୃତୀୟ ଜଣଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଥିବା ନେଇ ଅଗ୍ନିଶମ କର୍ମଚାରୀମାନେ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.