Latest Odisha News

BREAKING NEWS

କାହିଁକି ଓକିଲାତି ଛାଡିଥିଲେ ଜେଟଲୀ, ପଢନ୍ତୁ ତାଙ୍କ ସହ ଜଡିତ ୧୦ଟି କଥା

ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଶେଷକୃତ୍ୟ ଆଜି ଦ୍ୱିପ୍ରହର ସମୟରେ ନିଗମବୋଧ ଶ୍ମଶାନରେ ସଂପନ୍ନ କରାଯିବ ।

ବହୁତ୍ କମ୍ ବ୍ୟକ୍ତି ଜାଣିଥିବେ ଯେ, ଏହି ପୂର୍ବତନ ଅର୍ଥମନ୍ତ୍ରୀ ତଥା ରାଜନୈତିଜ୍ଞ ଜଣକ ସୁପ୍ରିମକୋର୍ଟର ଜଣେ ବରିଷ୍ଠ ଆଇନଜୀବୀ ଭାବେ ମଧ୍ୟ କାର୍ଯ୍ୟରତ ଥିଲେ ।

ଏପରିକି ସେ ଏଲଏଲବି କରିବା ପରେ ୧୯୭୭ ମସିହାରେ ଅରୁଣ ଜେଟଲୀ ସୁପ୍ରିମକୋର୍ଟ ଏବଂ ଦେଶର ବହୁ ହାଇକୋର୍ଟରେ ମଧ୍ୟ ଓକିଲ ଭାବେ ନିଜର ପ୍ରାକ୍ଟିସ୍ ଆରମ୍ଭ କରିଥିଲେ । ଏହି ସଂଘର୍ଷରତ କ୍ୟାରିୟର୍ ମଧ୍ୟରେ ୧୯୯୦ ମସିହାରେ ଦିଲ୍ଲୀ ହାଇକୋର୍ଟ ଜେଟଲୀଙ୍କୁ ବରିଷ୍ଠ ଓକିଲ ଭାବେ ନିଯୁକ୍ତ କରିଥିଲେ । ଏହାମଧ୍ୟରେ ଅରୁଣ ଜେଟଲୀ ବହୁ ବଡବଡ ରାଜନୈତିଜ୍ଞ ମାନଙ୍କ ପାଇଁ କୋର୍ଟ ରୁମରେ ବିଭିନ୍ନ ଦଲିଲ୍ ମଧ୍ୟ ପେଶ୍ କରିଥିଲେ ।

ଅପରପକ୍ଷରେ କେନ୍ଦ୍ରର ବିପି ସିଂହ ସରକାର ଜେଟଲୀଙ୍କୁ ୧୯୮୯ରେ ଆଡିସନାଲ ସିଲିସିଟର୍ ଜେନେରାଲ୍ ଭାବେ ନିଯୁକ୍ତି ପ୍ରଦାନ କରିଥିଲେ । ଏପରିକି ପରେ ବୋଫର୍ସ ଦୁର୍ନୀତି ମାମଲା ଉପରେ ସେ ପେପରୱାର୍କ ମଧ୍ୟ କରିଥିଲେ । ବିଜେପିର ‘ଚାଣକ୍ୟ’ ବୋଲାଉଥିବା ଜେଟଲୀ ପେପ୍ସିକୋ ତରଫରୁ ଓ କୋକାକୋଲା ଭଳି ବଡ ପାନୀୟ କମ୍ପାନୀ ବିରୋଧରେ ମଧ୍ୟ କେସ୍ ଲଢିଥିଲେ । ଆହୁରି ମଧ୍ୟ ୨୦୦୯ ମସିହା ପରେପରେ ସେ ଓକିଲାତି ପେଶା ଛାଡିଦେଇ ସମ୍ପୂର୍ଣ୍ଣ ଭାବେ ରାଜନୀତିରେ ମନୋନିବେଶ କରିଥିଲେ ।

ଜାଣନ୍ତୁ, ତାଙ୍କ ଜୀବନୀ ସହ ଜଡିତ ୧୦ଟି ରୋଚକ କଥା…

  • ୧୯୭୪ ମସିହାରେ ଜେଟଲୀ ଦିଲ୍ଲୀ ୟୁନିଭର୍ସିଟିର ଛାତ୍ରସଂଘ ଅଧ୍ୟକ୍ଷ ରୂପେ ନିର୍ବାଚିତ ହୋଇଥିଲେ । ୧୯୭୫ ମସିହାରେ ଜରୁରୀକାଳୀନ ବ୍ୟବସ୍ଥା ଲାଗୁ କରାଯାଇଥିବା ବେଳେ ତାଙ୍କୁ ଅଟକ ରଖାଯାଇଥିଲା ।
  • ୧୯୭୭ରେ ଏବିଭିପିର ଅଲ୍ ଇଣ୍ଡିଆ ସେକ୍ରେଟାରୀ ଏବଂ ଦିଲ୍ଲୀ ଏବିଭିପିର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋିଥିଲେ । ପରେ ଜେଟଲୀ ଓକିଲ ଭାବେ ପେଶା ଆରମ୍ଭ କରିଥିଲେ।
  • ୧୯୮୦ରେ ଅରୁଣ ଜେଟଲୀ ବିଜେପିର ସଦସ୍ୟ ବନିଥିଲେ ।
  • ୧୯୯୦ରେ ତାଙ୍କୁ ଭାରତର ଆଡିଶନାଲ ସିଲିଷ୍ଟିର ଜେନେରାଲ ଭାବେ ନିଯୁକ୍ତି କରାଯାଇଥିବା ବେଳେ ପରେ ତାଙ୍କୁ ବୋଫର୍ସ ମାମଲା ହସ୍ତାନ୍ତର କରାଯାଇଥିଲା । ପରବର୍ତ୍ତୀ ସମୟରେ ୧୯୯୧ରେ ଜେଟଲୀଙ୍କୁ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରୀଣୀ ସଦସ୍ୟ କରାଯାଇଥିଲା।
  • ୧୯୯୮ରେ ଜେଟଲୀଙ୍କୁ ୟୁଏନ୍ ମହାସଭାର ଭାରତୀୟ ପ୍ରତିନିଧିମଣ୍ଡଳରେ ସାମିଲ କରାଯାଇଥିଲା । ପରେ ୧୯୯୯ରେ ବାଜପେୟୀଙ୍କ ସରକାରରେ ତାଙ୍କୁ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିଲା ।
  • ୨୦୦୦ ମସିହାରେ ସେ କ୍ୟାବିନେଟ୍ ମନ୍ତ୍ରୀ ହେବା ସଙ୍ଗେସଙ୍ଗେ ରାଜ୍ୟସଭା ସାଂସଦ ମଧ୍ୟ ହୋଇଥିଲେ । ୨୦୦୬ ମସିହାରେ ଜେଟଲୀ ଦ୍ୱିତୀୟ ଥର ପାଇଁ ରାଜ୍ୟସଭା ଲାଗି ନିର୍ବାଚିତ ହୋଇଥିଲେ ।
  • ୨୦୦୯ରେ ଜେଟଲୀ ରାଜ୍ୟସଭା ବିପକ୍ଷ ନେତା ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ଏବଂ ପରେ ଓକିଲାତି ପେଶା ଛାଡିଦେଇଥିଲେ । ୨୦୧୨ରେ ତୃତୀୟ ଥର ଲାଗି ତାଙ୍କୁ ରାଜ୍ୟସଭା ସଦସ୍ୟ ଭାବେ ଚୟନ କରାଯାଇଥିଲା ।
  • ପରେ ୨୦୧୪ ମସିହାରେ ମୋଦି ସରକାରରେ ଜେଟଲୀଙ୍କୁ ଅର୍ଥ ଓ କର୍ପୋରେଟ୍ ଏବଂ ପ୍ରତିରକ୍ଷା ମନ୍ତ୍ରୀ ହୋଇଥିଲେ ।
  • ୨୦୧୮ରେ ଜେଟଲୀଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହେବାଫଳରେ ସେ ଚିକିତ୍ସା ଲାଗି ମେଡିକାଲରେ ଭର୍ତ୍ତି ହୋଇଥିଲେ । ଏପରିକି ତାଙ୍କର କିଡନୀ ଟ୍ରାନ୍ସପ୍ଲାଣ୍ଟ ମଧ୍ୟ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ଗତକାଲି ମଧ୍ୟାହ୍ନ ପ୍ରାୟ ୧୨ଟା ୦୭ମି. ସମୟରେ ଦିଲ୍ଲୀସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଜେଟଲୀଙ୍କ ଦେହାନ୍ତ ଘଟିଥିଲା ।

Leave A Reply

Your email address will not be published.