Latest Odisha News

ସେଲଟର ହୋମ୍ ଯୌନ ନିର୍ଯ୍ୟାତନା ମାମଲା: ସଂସ୍ଥାର ୨୨ଟି ଶାଖା ବନ୍ଦ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଭୁବନେଶ୍ୱର/ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ବାଲିଟଗିରିସ୍ଥିତ ସେଲ୍ଟର ହୋମରେ ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଅଭିଯୋଗ ହେବା ପରେ ଶନିବାର ଦିନ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି ଏହି ସେଲଟର ହୋମ୍ ସରକାରଙ୍କ ବିନା ଅନୁମତିରେ ଚାଲୁଥିଲା ।

ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ସାମଲ କହିଛନ୍ତି “ ଏହି ସେଳଟର ହୋମ୍ ସରକାରଙ୍କ ବିନା ଅନୁମତିରେ ବେଆଇନ ଭାବେ ଚାଲୁଥିଲା ଏବଂ ଯୌନ ନିର‌୍ୟାତନା ଅଭିଯୋଗ ଆସିବା ପରେ ପୋଲିସ ଏହାର ପରିଚାଳକ ସୀମାଞ୍ଚଳ ନାୟକଙ୍କୁ ଗିରଫ କରିଛି। ଏଥିସହିତ ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ଷ୍ଟ।।ଫମାନଙ୍କୁ ମଧ୍ୟ କରାଯାିବା ସହ ସେଲଟର ହୋମର ମାଲିକଙ୍କୁ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ରାଜ୍ୟର ବିଭିନ୍ନ ସ୍ଥାନରେ ଡ୍ରିମ ହାଉସ ସେଲଟର ହୋମର ପାଖାପାଖି ୨୨ଟି ଶାଖା ରହିଛି । ଏହି ଘଟଣା ପରେ ମନ୍ତ୍ରୀ ଜିଲ୍ଲାପାଳଙ୍କୁ ସମସ୍ତ ସେଲଟର ହୋମ୍ ଶାଖା ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ସମ୍ପୃକ୍ତ ସେଲଟର ହୋମରେ ରହୁଥିବା ପିଲାମାନଙ୍କୁ ଉଦ୍ଧାର କରାଯାଇ ସେମାନଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ କିମ୍ବା ନିକଟସ୍ଥ ଚାଇଲ୍ଡ କେୟାର ଇନଷ୍ଟିଚ୍ୟୁସନରେ ସ୍ଥାନାନ୍ତର କରାଯିବା ନେଇ ସୂଚନା ମିଳିଛି ।

ଅନ୍ୟପକ୍ଷରେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଅନେକ ସ୍ୱେଚ୍ଛାସେବୀ ସଙ୍ଗଠନ ଓ ଉତ୍ୟକ୍ତ ଲୋକେ ସେଲଟର ହୋମ୍ ଗେଟ୍ ସମ୍ମୁଖରେ ଟାୟାର ଜାଳି ସମ୍ପୃକ୍ତ ମାଲିକ ଓ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିବା ଜଣାପଡିଛି ।

ଆହୁରି ମଧ୍ୟ ଢେଙ୍କାନାଳ ସବ-କଲେକ୍ଟର ପିତବାସ ସାମଲ ଶନିବାର ଉକ୍ତ ସେଲଟର ହୋମ୍ ପରିଦର୍ଶନରେ ଯାଇ ନାବାଳିକା ମାନଙ୍କ ସହ କଥାବାର୍ତ୍ତା କରି ସେମାନଙ୍କ ସମ୍ପର୍କରେ ପଚାରି ବୁଝିଥିଲେ ।

Leave A Reply

Your email address will not be published.