Latest Odisha News

BREAKING NEWS

ଚଳନ୍ତା ଅଟୋରେ ନାବାଳିକାକୁ ଅସଦାଚରଣ; ଚାଳକ ଗିରଫ

କଟକ: ଚଳନ୍ତା ଅଟୋରେ ନାବାଳିକାକୁ ଅସଦାଚରଣ ଅଭିଯୋଗ । ଚାଉଳିଆଗଞ୍ଜ ଥାନାରେ ଅଟୋ ଚାଳକଙ୍କ ନାଁରେ ଏତଲା । ଅଭିଯୋଗ ଆଧାରରେ ଅଭିଯୁକ୍ତ ଅଟୋ ଚାଳକକୁ ଗିରଫ କଲା ପୋଲିସ । ସୂଚନା ଦେଇଛନ୍ତି କଟକ ଡିସିପି ରିଷିକେଶ ଖିଲାରୀ । ଗିରଫ ଅଟୋ ଚାଳକ ଜଗତସିଂହପୁରର ବୋଲି ସୂଚନା ରହିଛି ।

ସୂଚନାମୁତାବକ, ଗତ ୮ ତାରିଖରେ ଜଗତପୁରରୁ ଅଟୋ ଭଡ଼ା କରି ସାଙ୍ଗ ସହ ଡ୍ରେସ କିଣିବାକୁ ବାଦାମବାଡ଼ି ଆସିଥିଲେ ପୀଡ଼ିତା । ଏହି ସମୟରେ ନାବାଳିକା ମୁଣ୍ଡ ବୁଲାଇବାରୁ ସେ ପାଣି ମାଗିଥିଲେ । ସାଥିରେ ଥିବା ସାଙ୍ଗ ରାସ୍ତା କଡ଼କୁ ଯାଇ ପାଣି ଆଣିବା ଭିତରେ, ଅଟୋ ଚାଳକ ନାବାଳିକା ସହ ଅସଦାଚରଣ କରିଥିଲେ । ବାରମ୍ବାର ତାଙ୍କୁ ଛୁଇଁବା ପାଇଁ ଚେଷ୍ଟା କରିଥିଲେ। ତେବେ ଏ ନେଇ ନାବାଳିକା ଜଣକ ଚାଉଳିଆଗଞ୍ଜ ଥାନାରେ ଏତଲା ଦେଇଥିଲେ । ଏଥି ସହିତ ନାବାଳିକା ପୀଡ଼ିତାଙ୍କ ଡାକ୍ତରୀ ମାଇନା ମଧ୍ୟ କରିଛି।

Comments are closed.