Latest Odisha News

BREAKING NEWS

ରାଜଧାନୀରେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ, ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍ ଗଠିତ

ଭୁବନେଶ୍ୱର: ରାଜଧାନୀ ଭିବନେଶ୍ୱରେ ଚାଂଚଲ୍ୟ । ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏହି ମାମଲାର ଏବେ ଖୋଲତାଡ ଆରମ୍ଭ କରିଛି କମିଶନରେଟ୍ ପୋଲିସ । ଏନେଇ ପୋଲିସ ତଦନ୍ତ ଲାଗି ଏକ ସ୍ୱତନ୍ତ୍ର ଟିମ୍ ଗଠିତ କରିଛି ।

ଲକଡାଉନ ବେଳେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ମାମଲା ରୁଜୁ ହୋଇଛି । ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ଏନେଇ ସୂଚନା ଦେଇଛନ୍ତି । ଭୁବନେଶ୍ୱର ମହିଳା ଥାନାରେ ଏହି ମାମଲା ରୁଜୁ ହୋଇଛି । ଅଭିଯୋଗ ଆଧାରରେ କିଛି ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ରହିଛି ।

ଏକ ବୈଦ୍ୟୁତିକ ଗଣମାଧ୍ୟମର ୨ଜଣ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି । ଏହାସହ ଗଣଦୁଷ୍କର୍ମ ମାମଲାରେ ୨ଜଣ ସୁରକ୍ଷା କର୍ମଚାରୀ, ଜଣେ ପୋଲିସ ଅଧିକାରୀ ଓ ତାଙ୍କ ୨ ସହଯୋଗୀ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି । ମାର୍ଚ୍ଚ, ଏପ୍ରିଲ ମାସ ମଧ୍ୟରେ ଗଣଦୁଷ୍କର୍ମ ହୋଇଥିବା ବେଳେ ଅଗଷ୍ଟ ୩୦ରେ ଥାନାରେ ଅଭିଯୋଗ କରିଛନ୍ତି ନାବାଳିକାଙ୍କ ମାଆ ।

ଏହି ଅଭିଯୋଗ ଆଧାରରେ ମହିଳା ଥାନାରେ ଆଇପିସିର ବିଭିନ୍ନ ଧାରା ଓ ପୋକ୍ସ ଆକ୍ଟ ଅନୁଯାୟୀ କେଶ୍ ରୁଜୁ ହୋଇଛି । ସମସ୍ତ ଦିଗକୁ ନେଇ ଗମ୍ଭୀରତାର ସହ ତଦନ୍ତ କରାଯାଉଥିବା ଭୁବନେଶ୍ୱର ଡିସିପି କହିଛନ୍ତି ।

Leave A Reply

Your email address will not be published.