Latest Odisha News

BREAKING NEWS

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ୫ ଦିନିଆ ରିମାଣ୍ଡରେ ଗଲେ ସୌଭିକ ଓ ମିରାଣ୍ଡା

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବଢିବାରେ ଲାଗିଛି ସସ୍‌ପେନ୍ସ । ପ୍ରତିଦିନ ନୂଆ ନୂଆ ଟ୍ୱିଷ୍ଟ ସମ୍ନାକୁ ଆସୁଛି। ଆଜି ଏହି ମାମଲାରେ ଗତକାଲି ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ଗିରଫ କରିଛନ୍ତି ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେତର ସାମୁଏଲ ମିରାଣ୍ଡାଙ୍କୁ ଆଜିଠୁ ୫ ଦିନିଆ ରିମାଣ୍ଡରେ ନେଇଛି ।

ଏନସିବି ପକ୍ଷରୁ ଗତକାଲି ରିଆଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ବେଆଇନ ଡ୍ରଗ୍ସ କାରବାର ସମ୍ପୃକ୍ତି ନେଇ ଗିରଫ କରାଯାଇଥିଲା। ଗତକାଲି ସକାଳୁ ଏ ଦୁଇ ଜଣଙ୍କୁ ସେମାନଙ୍କ ଘରୁ ଏନସିବି ଉଠାଇ ଆଣିବା ପରେ ଦିନ ସାରା ପଚରାଉଚରା କରିଥିଲା। ଶେଷରେ ରାତି ପ୍ରାୟ ୧୦ଟା ବେଳେ ବିଧିବଦ୍ଧ ଭାବେ ଗିରଫ କରାଯାଇଥିଲା। ଆଜି ଦୁହିଁଙ୍କୁ କୋର୍ଟରେ ହାଜର କରାଯାଇଥିଲା। ତେବେ ଗିରଫ କରିବା ପରେ ଅଧିକ ତଥ୍ୟ ପାଇଁ ଦୁହିଁଙ୍କୁ ୭ଦିନ ରିମାଣ୍ଡରେ ନେବା ପାଇଁ ଅଦାଲତକୁ ଆବେଦନ କରିଥିଲା ଏନସିବି। ଏହାର ଶୁଣାଣି କରି ଅଦାଲତ ଏବେ ସୌଭିକ ଓ ମିରାଣ୍ଡାଙ୍କୁ ୫ଦିନିଆ ରିମାଣ୍ଡରେ ପଠାଇଛନ୍ତି।

ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଏବଂ ସାମୁଏଲ୍ ମିରାଣ୍ଡାଙ୍କୁ ସେପ୍ଟେମ୍ବର ୯ପର୍ଯ୍ୟନ୍ତ ରିମାଣ୍ଡରେ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଦୁଇଜଣ ଏନସିବିଙ୍କ ଅଧୀନରେ ରହିବେ ବୋଲି କୋର୍ଟ କହିଛନ୍ତି। ଏହା ପୂର୍ବରୁ ଏନସିବି ପକ୍ଷରୁ ସୁଶାନ୍ତଙ୍କ ପ୍ରେମିକା ରିଆ ଚକ୍ରବର୍ତ୍ତୀ, ସୌଭିକ ଓ ମିରାଣ୍ଡାଙ୍କ ଘରେ ଚଢଉ କରାଯାଇଥିଲା । ମିଳିଥିବା ସୂଚନା ଅନୁସାରେ ଗତକାଲି ସକାଳେ ଏନସିବିର ଦୁଇଟି ଟିମ ରିଆଙ୍କ ଜୁହୁ ତାରା ରୋଡ ସ୍ଥିତ ଘରେ ଓ ମିରାଣ୍ଡାଙ୍କ ମୁମ୍ବାଇସ୍ଥିତ ଘରେ ଚଢଉ କରିଥିଲା । ଏହି ଚଢଉ ବେଳେ କେତେକ ଆପତ୍ତିଜନକ ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ହେତୁ ପୁଲିସ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଏବଂ ମିରିଣ୍ଡାଙ୍କୁ ଘରୁ ଉଠାଇ ନେଇଥିଲା।

Leave A Reply

Your email address will not be published.