Latest Odisha News

BREAKING NEWS

ଗଜପତି: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଅଟକ

ଗଜପତି : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ରାମଗିରି ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ କରିବା ଅଭିଯୋଗରେ ବୁଧବାର ଦିନ ପୋଲିସ ଜଣେ ଯୁବକକୁ ଗିରଫ କରିଛି ।

ଗିରଫ ଅଭିଯୁକ୍ତ ଜଣକ ନନ୍ଦୁ ରଇତ ବୋଲି ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ସମ୍ପୃକ୍ତ ଛାତ୍ରୀ ଜଣକ ସ୍କୁଲକୁ ଯାଉଥିବା ସମୟରେ ଅଭିଯୁକ୍ତ ତାଙ୍କୁ ରାସ୍ତାରୁ ଉଠାଇ ନେଇ କିଛି ଦୂରରେ ଦୁଷ୍କର୍ମ କରିଥିଲା। ଅନ୍ୟପକ୍ଷରେ ପିଡିତାଙ୍କ ଚିତ୍କାର ଶୁଣି ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ନାବାଳିକାଙ୍କୁ ଉଦ୍ଧାର କରିଥିଲେ ।

ଏନେଇ ପୀଡ଼ିତାଙ୍କ ଅଙ୍କଲ ଥାନାରେ ଅଭିଯୋଗ କରିଥିଲେ । ପରବର୍ତ୍ତୀ ସମୟରେ ରାମଗିରି ପୋଲିସ ଦାଏର ଏତଲାକୁ ଆଧାର କରି ଉକ୍ତ ଯୁବକଙ୍କୁ ଗିରଫ କରିଛି ।

ତେବେ ପୋଲିସ୍ ପୀଡ଼ିତାଙ୍କ ଡାକ୍ତରୀମାଇନା କରାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.