Latest Odisha News

BREAKING NEWS

ଆସନ୍ତାକାଲି ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ମିଳିତ ଶିକ୍ଷକ ମଞ୍ଚର ଚେତାବନୀ

ଭୁବନେଶ୍ୱର : ଓଡିଶା ସ୍କୁଲ ଆଣ୍ଡ୍ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ତତ୍ୱାବଧାନରେ ଶିକ୍ଷକମାନେ ଭୁବନେଶ୍ୱରରେ ଆନ୍ଦୋଳନ କରିବା ପାଇଁ ବୁଧବାର ଦିନ ଚେତାବନୀ ଦେଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ ହଜାର ହଜାର ସଂଖ୍ୟାରେ ଶିକ୍ଷକ ଓ କର୍ମଚାରୀମାନେ ନିଜର ଦାବି ପୂରଣ ନେଇ ଲୋୟର ପିଏମଜି ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିବେ । ସେମାନେ ୭ମ ବେତନ କମିଶନ ଅନୁଯାୟୀ ସମାନ କାମ ପାଇଁ ସମାନ ଦରମା, ପୂର୍ଣ୍ଣ ଅନୁଦାନ ସହ ଦରମା ଦାବି ପୂରଣ ନହେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ।

ଆହୁରି ମଧ୍ୟ “ଆମର ୭ ଦଫା ଦାବି ମଧ୍ୟରୁ ୪ଟି ଦାବିକୁ ନଭେମ୍ବର ୩୦ ତାରିଖ ସୁଦ୍ଧା ପୂରଣ କରିବା ପାଇଁ ପ୍ରତିଶୃତି ଦେଇଥିଲେ । କିନ୍ତୁ ଉକ୍ତ ଦାବି ପୂରଣ ନେଇ ସରକାର ଏଯାବତ୍ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । ଯଦି ସରକାର ଆମର ଦାବି ପୂରଣ ନକରନ୍ତି, ତାହେଲେ ଆଗାମୀ ଦିନରେ ଆମେ ଆମରଣ ଅନଶନ ଆରମ୍ଭ କରିବୁ” ବୋଲି କମିଟି ଆବାହକ ଗୋଲକ ନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

Leave A Reply

Your email address will not be published.