ଭୁବନେଶ୍ୱର: ଭୁବନେଶ୍ୱରର ଓଲ୍ଡ ଟାଉନ୍ ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ କମିଶନରେଟ୍ ପୋଲିସ ମଙ୍ଗଳବାର ଦିନ ଜଣେ ଯୁବକଙ୍କୁ ଗିରଫ କରିଛି।
ଅଭିଯୁକ୍ତଙ୍କ ନାମ ରବି ଦାସ ବୋଲି ଜଣାପଡିଛି।
ପୋଲିସର ସୂଚନାନୁସାରେ, ସୋମବାର ସନ୍ଧ୍ୟାରେ ପରିବାରର ଅନ୍ୟ ସଦସ୍ୟଙ୍କ ଅନୁପସ୍ଥିତିରେ ସେ ପଡୋଶୀ ଘରେ ପଶି ନାବାଳିକା ଝିଅକୁ ଦୁଷ୍କର୍ମ କରିଥିଲା।
ପରେ ନାବାଳିକା ଜଣକ ଘଟଣା ସମ୍ପର୍କରେ ପରିବାରକୁ ଜଣାଇଥିଲା। ତା’ପରେ ସେମାନେ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ।
ଅଭିଯୋଗକୁ ଆଧାର କରି ପୋଲିସ ମଙ୍ଗଳବାର ରବିଙ୍କୁ ଗିରଫ କରିବା ସହ ଡାକ୍ତରୀ ମାଇନା ପରେ କୋର୍ଟକୁ ପଠାଇ ଦେଇଛି।
Comments are closed.