Latest Odisha News

BREAKING NEWS

ନିଜ ନାବାଳିକା ଝିଅକୁ ବଳି ଦେବାକୁ ଉଦ୍ୟମ କରୁଥିଲା ମା !

କୋରାପୁଟ:ଜୟପୁର ଇରିଗେସନ କଲୋନିସ୍ଥିତ ଏକ ବସ୍ତିରେ ଜଣେ ମାନସିକ ବିକାରଗ୍ରସ୍ତ ମାଆ ନିଜ ନାବାଳିକା ଝିଅକୁ ବଳି ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକଙ୍କ ସହଯୋଗରେ ଝିଅର ଜୀବନ ବଞ୍ଚିଛି । ପୋଲିସ ନାବାଳିକାଙ୍କୁ ଉଦ୍ଧାର କରିଛି । ତେବେ ବଳି ଉଦ୍ୟମ ପଛରେ କାରଣ ଅଷ୍ପଷ୍ଟ ରହିଛି ।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଜଣେ ବିଧବା ମହିଳା ଏଠାରେ ନିଜର ୨ ପୁଅ ଓ ଝିଅ ସହ ରହୁଥିଲେ । କିଛି ଦିନ ହେଲା ସେ ନିଜ ଘରେ ତନ୍ତ୍ର ସାଧନା କରି ଆସୁଥିଲେ । ତାଙ୍କର ଆଚରଣ ଅନେକ ସମୟରେ ଅସ୍ବାଭାବିକ ରହୁଥିଲା । ସ୍ଥାନୀୟ ଲୋକେ ତାକୁ ବିରୋଧ କଲେ ମଧ୍ୟ ସେ ଶୁଣି ନଥିଲେ। ତେବେ ରବିବାର ତାଙ୍କର ବଡ ଝିଅ ଘର ଭିତରୁ ଜୋରରେ ଚିତ୍କାର କରୁଥିବା ସ୍ଥାନୀୟ ଲୋକ ଶୁଣିଥିଲେ । ଏହାପରେ ସମସ୍ତେ ଯାଇ ଘଟଣାସ୍ଥଳରେ ପହଞ୍ଚିବା ପରେ ଦେଖିଥିଲେ ଯେ ସେଠାରେ ଝିଅ ଅଚେତ ଥିବା ସହ ତାଙ୍କ ଗୋଡହାତ ମଧ୍ୟ ମୋଡି ହୋଇ ରହିଥିବା ଦେଖିଥିଲେ। ପରେ ସ୍ଥାନୀୟ ଲୋକେ ପୋଲିସକୁ ଫୋନ କରି ଝିଅକୁ ହସ୍ତାନ୍ତର କରିଥିଲେ।

ତେବେ ତନ୍ତ୍ରମନ୍ତ୍ର କରୁଥିବା ମହିଳା ଜଣକ ଅନ୍ୟ କାହାର ପିଲାମାନଙ୍କୁ ନେଇ ବଳି ଦେଇଦେଇ ପାରେ ବୋଲି ଏହିପରି ମହିଳାଙ୍କୁ ସେଠାରେ ରଖିବା ଠିକ ନୁହେଁ। ଏହି ଅଞ୍ଚଳରୁ ତାକୁ ବିଦା କରିବା ଉଚିତ ବୋଲି ସାହି ବାସିନ୍ଦା ଦାବି କରିଛନ୍ତି।

ସାହି ବାସିନ୍ଦାଙ୍କ କହିବାନୁଯାୟୀ ଝିଅ ଚର୍ଚ୍ଚ ଯିବା ଓ ବାଇବେଲ ପଢୁଥିବା କାରଣରୁ ବଳି ଦେବାକୁ ଉଦ୍ୟମ କରୁଥାଇପାରେ ବୋଲି ଅନୁମାନ କରୁଛନ୍ତି।

Leave A Reply

Your email address will not be published.