ମୟୂରଭଞ୍ଜ: ହଷ୍ଟେଲରୁ ନାବାଳିକାର ଝୁଲନ୍ତା ମୃତଦେହ ଉଦ୍ଧାର । ଝିଅକୁ ସୁସ୍ଥ କରିବା ପାଇଁ ବାପାମାଆ ଗୁଣିଗାରେଡି କରୁଥିବା ଅଭିଯୋଗ ହୋଇଛି । ମୟୂରଭଞ୍ଜ ଜିଲ୍ଲାର ଉଦଳା ଅନ୍ଵେଷା ହଷ୍ଟେଲର ବାଲକୋନୀରୁ ମିଳିଛି ନାବାଳିକା ଅନ୍ତେବାସିନୀର ଝୁଲନ୍ତା ମୃତଦେହ । ମୃତକ ହେଲେ ହଷ୍ଟେଲରେ ରହିଥିବା ମର୍ଣ୍ଣିଙ୍ଗ ଷ୍ଟାର ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ତନ୍ମୟୀ ମୁର୍ମୁ ।
ଗୁରୁବାର ହଷ୍ଟେଲରେ ଅଭିଭାବକ ବୈଠକ ଥିବା ବେଳେ ତନ୍ମୟୀଙ୍କ ପରିବାର ଲୋକେ ମଧ୍ୟ ସେହି ମିଟିଙ୍ଗ ଆସିଥିଲେ ଏବଂ ଅପରାହ୍ନ ୫ଟାରେ ଝିଅ ସହ କଥା ହୋଇ ଘରକୁ ଯାଇଥିଲେ । ହେଲେ ସନ୍ଧ୍ୟାରେ ପ୍ରାର୍ଥନା ସମୟରେ ସେ ଅନୁପସ୍ଥିତ ରହିଥିଲା । ଯାହାକି ତାକୁ ଖୋଜାଖୋଜି କରିବା ପରେ ତନ୍ମୟୀ ତୃତୀୟ ମହଲାର ବାଲକୋନୀରେ ଝୁଲି ପଡ଼ିଥିବା ଦେଖିବାକୁ ପାଇଥିଲେ । ପରେ ଏନେଇ ତନ୍ମୟୀଙ୍କୁ ଦେଖିଥିବା ଛାତ୍ରୀ ଘଟଣା ବାବଦରେ ହଷ୍ଟେଲ ମେଟ୍ରୋନଙ୍କୁ କହିବା ପରେ ସମସ୍ତେ ଘଟଣା ସ୍ଥଳରେ ପହଞ୍ଚିଥିବା ବେଳେ ନାବାଳିକା ଛାତ୍ରୀର ଝୁଲନ୍ତା ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ।
ଉଦଳା ପୋଲିସ ସହିତ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟପଟେ ଖବର ପାଇ ଛାତ୍ରୀର ପରିବାର ଲୋକେ ଆସି ହଷ୍ଟେଲରେ ପହଞ୍ଚିଛନ୍ତି । ତେବେ ଝିଅର ଅନେକ ସମୟରେ ଦେହ ଅସୁସ୍ଥ ରହୁଥିବା ଏବଂ ବାତ ରୋଗ ବାହାରୁ ଥିବାରୁ ଡାକ୍ତର ଦେଖାଇବା ସହିତ ତାକୁ ଗୁଣି ଗାରେଡି ଚିକିତ୍ସା କରାଉଥିବା କହିଛନ୍ତି ମୃତକ ଛାତ୍ରୀର ମାଆବାପା । ଗୁଣି ଗାରେଡି କରି ଚିକିତ୍ସା କରାଇବା ପରେ ଝିଅ ସୁସ୍ଥ ଥିବା ବେଳେ ଆଜି ମଧ୍ୟ ଭଲରେ କଥା ହୋଇଥିଲା, ଝିଅ ଆତ୍ମହତ୍ୟା କରି ନ ପାରେ ବୋଲି କହିଛନ୍ତି ପରିବାର ଲୋକେ । ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Comments are closed.