Latest Odisha News

BREAKING NEWS

ନାବାଳିକାଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ ଅଭିଯୋଗ, ଯୁବକ ଗିରଫ

କଟକ: ଭାଇରାଲ ହେଲା ନାବାଳିକାଙ୍କ ଅଶ୍ଲୀଳ ଭିଡିଓ। ଏନେଇ ସାଇବର ଥାନାରେ ଅଭିଯୋଗ ହେବା ପରେ ଯୁବକକୁ ବାନ୍ଧିଲା ପୋଲିସ। ଅଶ୍ଲୀଳ ଭିଡିଓ ବିଭିନ୍ନ ହ୍ୱାଟସ୍ଆପ୍ ଗ୍ରୁପ୍‌ରୁ ଓ ସୋସିଆଲ୍ ମିଡିଆରେ ବାରମ୍ବାର ଫରୱାଡ୍ କରିବା ଅଭିଯୋଗରେ କଟକ ସାଇବର୍ ଥାନା ପୋଲିସ ମୁକେଶ ବାରିକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ମୁକେଶର ଘର ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ଧାନବାଦ ଅଞ୍ଚଳରେ।

ମିଳିଥିବା ସୂଚନା ଅନୁସାରେ, କ୍ରାଇମ୍‌ବ୍ରାଞ୍ଚ ସୂଚନା ମିଳିଥିଲା ଯେ, କଟକରେ ରହୁଥିବା ଜଣେ ଯୁବକ ତା’ର ଫୋନ୍‌ରେ ଲଗାତାର ଭାବେ ନାବାଳିକା ବା ୧୮ ବର୍ଷରୁ କମ୍ ଝିଅରଙ୍କର ଅଶ୍ଳୀଳ ଭିଡିଓ ନିଜ୍ ଫୋନ୍‌ରେ ଡାଉନ୍ଲୋଡ୍ କରି ରଖୁଥିଲା। ପରେ ସେହି ଭିଡିଓକୁ ଏକାଧିକ ଫୋନ୍‌କୁ ବିଭିନ୍ନ ସୋସିଆଲ୍ ମିଡିଆ ପ୍ଲାଟ୍‌ଫର୍ମ ଓ ମେସେଜିଂ ଆପ୍ ଯୋଗେ ବାରମ୍ବାର ଫରୱାର୍ଡ କରାଉଛି। ଗଲା କିଛି ମାସ ହେବ ଏଭଳି କାମ ଜାରି ରହିଛି। ଏହା ପରେ ଘଟଣା ନେଇ କଟକ ସାଇବର୍ ଥାନାକୁ ସୂଚନା ଦିଆଗଲା।

କଟକ ସାଇବର୍ ଥାନା ପୋଲିସ ସେହି ଅଶ୍ଲୀଳ ଭିଡିଓ ଫରୱାର୍ଡ ହେଉଥିବା ମୋବାଇଲ୍ର ଆଇପି ଆଡ୍ ଏକାଧିକ ତଥ୍ୟ ସଂଗ୍ରହ କଲା । ଫୋନ୍‌ର ଲୋକେସନ୍, କେଉଁ ସମୟରେ ଉକ୍ତ ଭିଡିଓ ଫରୱାର୍ଡ ହୋଇଥିଲା ଓ କେଉଁ ଫୋନ୍ ନମ୍ବରରେ ତାହାକୁ କରାଯାଉଛି ବୋଲି ତଥ୍ୟ ସଂଗ୍ରହ କରିବା ପରେ ପୋଲିସ ପାଖରେ ଠୋସ୍ ପ୍ରମାଣ ରହିଥିଲା। ଏହା ପରେ ପୋଲିସ ଘଟଣା ନେଇ ଏକ ମାମଲା ରୁଜୁ କରି ଉକ୍ତ ଯୁବକଙ୍କୁ ଖୋଜିଥିଲା। ତେବେ ସେ ଯାଜପୁରରେ ରହୁଥିବା ବିଷୟ ଜାଣିବା ପରେ ସାଇବର୍ ଥାନା ପୋଲିସ ସେଠାରେ ଚଢ଼ଉ କରି ମୁକେଶ୍ ବାରିକ୍‌କୁ ଗିରଫ କରିଛି।

 

Leave A Reply

Your email address will not be published.