Latest Odisha News

ODISHA VIGILANCE: ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ପଡିଗଲେ ଫରେଷ୍ଟର ବାବୁ

ବଲାଙ୍ଗୀର: ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ପଡିଗଲେ ଫରେଷ୍ଟର ବାବୁ। ଲାଞ୍ଚୁଆ ଫରେଷ୍ଟରଙ୍କୁ ଧରିଲା ଭିଜିଲାନ୍ସ ଟିମ୍। ୧୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଫରେଷ୍ଟର ଅଶୋକ କୁମାର ନାୟକଙ୍କୁ ମାଡ଼ିବସିଲା ଭିଜିଲାନ୍ସ।

ସୂଚନା ମୁତାବକ କୌଶିକ କୁମାର ଭୋଇ ନାମକ ଜଣେ ବ୍ୟକ୍ତିଠାରୁ ରେଙ୍ଗାଲ ଗଛ କାଟିବା ପାଇଁ ଅନୁମତି ଦେବାକୁ ଲାଞ୍ଚ ଦାବି କରିଥିଲେ ବଲାଙ୍ଗୀର ମୁରିବାହାଲ ରେଞ୍ଜ ଗୁଲମୀ ଫରେଷ୍ଟର ଅଶୋକ କୁମାର ନାଏକ।

ତେବେ ଏ ନେଇ କୌଶିକ ବଲାଙ୍ଗୀର ଭିଜିଲାନ୍ସଠାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଆଜି ୧୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଫରେଷ୍ଟର ଅଶୋକ ନାୟକଙ୍କୁ ଭିଜିଲାନ୍ସ ରଙ୍ଗେ ହାତ ଧରିଥିଲା।

Comments are closed.