Latest Odisha News

ଗର୍ଭବତୀ ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ, ମଣାଶିରୁ ମୃତଦେହ ଜବତ କଲା ପୋଲିସ

ରାୟଗଡ଼ା: ଗର୍ଭବତୀ ନାବାଳିକାଙ୍କ ମୃତ୍ୟୁ । ପ୍ରଥମେ ନିଖୋଜ ପରେ ପ୍ରେମ ବିବାହ କରିଥିବା ଝିଅର ସନ୍ଦେହଜନକ ମୃତ୍ୟୁ ହୋଇଛି । ଯାହାକୁ ନେଇ ରାୟଗଡ଼ା ଜିଲ୍ଲା ଜେକେପୁରର ଅରବିନ୍ଦ ନଗରରେ ଚାଞ୍ଚଲ୍ୟ ଖେଳି ଯାଇଛି । ସୂଚନା ଅନୁସାରେ, ଜେକେପୁର ଅଞ୍ଚଳର ଜୟଲକ୍ଷ୍ମୀ ତାଙ୍କ ନାବାଳିକା ୧୬ ବର୍ଷୀୟ ଝିଅ ଗତ ମାର୍ଚ୍ଚ ମାସରୁ କୁଆଡେ ନିଖୋଜ ନେଇ ଚାନ୍ଦିଲି ଥାନାରେ ଏତେଲା ଦେଇଥିଲେ । ପରବର୍ତ୍ତୀ ସମୟରେ ଆନ୍ଧ୍ରପ୍ରଦେଶର ତୁମ୍ବୁଲି ଗାଁର ଗୌରୀଶଙ୍କରକୁ ପ୍ରେମବିବାହ କରି ବିଶାଖାପାଟଣାରେ ଥିବା ଜଣା ପଡ଼ିଥିଲା ।

ଗତକାଲି ହଠାତ୍ ଝିଅର ମୃତ୍ୟୁ ଖବର ପାଇ ମାଆ ଚାନ୍ଦିଲି ପୋଲିସକୁ ଖବର ଦେବା ପରେ ଦାହ ସଂସ୍କାର ପାଇଁ ପ୍ରସ୍ତୁତ ହୋଇଥିବା ମୃତଦେହକୁ ଚାନ୍ଦିଲି ପୋଲିସ ଜବତ କରିଛି । ପରେ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟରେ ମୃତଦେହ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିବା ସହ ଗୌରୀଶଙ୍କରକୁ ଥାନାରେ ଅଟକ ରଖି ତଦନ୍ତ କରୁଛି । ମୃତ ନାବାଳିକା ୮ ମାସର ଗର୍ଭବତୀ ଥିବାବେଳେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।

Comments are closed.