Latest Odisha News

BREAKING NEWS

ଓଡ଼ିଶା ଆଇଏଏସ ସ୍ତରରେ ସାମାନ୍ୟ ଅଦଳବଦଳ, ପର୍ଯ୍ୟଟନ ନିର୍ଦ୍ଦେଶକ ଭାବେ ସଚିନ ରାମଚନ୍ଦ୍ର ଯାଦବଙ୍କୁ ମିଳିଲା ନିଯୁକ୍ତି

ଭୁବନେଶ୍ୱର: ଓଡ଼ିଶା ସରକାର ସୋମବାର ଦିନ ଓଡ଼ିଶା ଆଇଏଏସ କ୍ୟାଡ଼ରରେ ସାମାନ୍ୟ ଅଦଳବଳ କରିଛନ୍ତି ।

ସାଧାରଣ ପ୍ରଶାସନ ବିଭାଗର ଏକ ବିଜ୍ଞପ୍ତି ଅନୁଯାୟୀ, ୨୦୦୭ ବ୍ୟାଚ ଆଇଏଏସ ଅଧିକାରୀ ସଚିନ ରାମଚନ୍ଦ୍ର ଯାଦବ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି ।

ଶ୍ରୀ ଯାଦବ ପୂର୍ବରୁ ଥିବା ଅନୁସୁଚିତ ଜାତି ଓ ଜନଜାତି ବିଭାଗର ନିର୍ଦ୍ଦେଶକ ଓ ଯୁଗ୍ମ ସଚିବ ଭାବେ ୨୦୦୮ ବ୍ୟାଚ ଆଇଏଏସ ଅଧିକାରୀ ଗୁହା ପୁନମ ତାପସ କୁମାରଙ୍କୁ ନିଯୁକ୍ତ କରାଯାଇଛି । ୪ ଦିନ ପୂର୍ବରୁ ଶ୍ରୀମତୀ ଗୁହା ପୁନମଙ୍କୁ ପଞ୍ଚାୟତିରାଜ ବିଭାଗକୁ ବଦଳି କରାଯାଇଥିଲା ।

ସେହିପରି ଭାବେ ୨୦୦୮ ବ୍ୟାଚ ଆଇଏଏସ ଅଧିକାରୀ ବି ପରମେଶ୍ୱରନଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ର ପାନୀୟ ଜଳ ଓ ପରିଚ୍ଛନ୍ନତା ନିର୍ଦ୍ଦେଶକ ଓ ଯୁଗ୍ମ ସଚିବ ଭାବେ ନିଯୁକ୍ତ କରାଯାଇଛି । ୨୦୦୮ ବ୍ୟାଚ ଆଇଏଏସ ଅଧିକାରୀ ବୃନ୍ଦାବନ ବେହେରା ଜମିଜମା ରେକର୍ଡ଼ ଓ ବନ୍ଦୋବସ୍ତ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି ।

୨୦୧୨ ବ୍ୟାଚ ଆଇଏଏସ ଅଧିକାରୀ ସ୍ମୃତି ରଞ୍ଜନ ପ୍ରଧାନ ଏବେ ମତ୍ସ୍ୟ ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିବେ । ଆଇଏଏସ ଅଧିକାରୀ ଉମାକାନ୍ତ ତ୍ରିପାଠୀଙ୍କୁ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ପଞ୍ଚାୟତିରାଜ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି ।

ଅନ୍ୟପକ୍ଷରେ ଜମିଜମା ରେକର୍ଡ଼ ଓ ବନ୍ଦୋବସ୍ତ କମିଶନର ଭାବେ ଦାୟିତ୍ୱ ସମ୍ପାଦନ କରୁଥିବା ଏନବିଏସ ରାଜପୁତ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି ।

Leave A Reply

Your email address will not be published.