Latest Odisha News

BREAKING NEWS

ଭାରତ ସହ ଆମେରିକା କରିବ ତିନି ଆରବ ଡଲାର ପ୍ରତିରକ୍ଷା ଚୁକ୍ତି, ଅତ୍ୟାଧୁନିକ ହେଲିକାପ୍ଟର ହେବ ଯୋଗାଣ: ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ର ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପ ପ୍ରତିରକ୍ଷା ସେକ୍ଟର ସମ୍ପର୍କରେ ଏକ ମେଗା ଡିଲ ଘୋଷଣା କରିଛନ୍ତି | ସେ କହିଲେ ଯେ ଆମେରିକା ପ୍ରତିନିଧି ମଙ୍ଗଳବାର କୁ ତିନି ଆରବ ଡଲାର ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷରିତ କରିବେ | ଏହି ଡିଲ ଅନ୍ତର୍ଗତ ଆମେରିକା, ଭାରତ ଷ୍ଟେଟ ଅଫ ଆର୍ଟ ମିଲିଟାରୀ ହେଲିକ୍ୟାପ୍ଟର ଓ ଅନ୍ୟ ଉପକରଣ ବିକ୍ରି କରିବ | ସେ ଭାରତ ଓ ଆମେରିକା ମଧ୍ୟରେ ବ୍ୟବସାୟିକ ସମ୍ପର୍କ ମଜଭୁତ କରିବାପାଇଁ ସଂକଳ୍ପ କରିବାଉପରେ ଜୋର ଦେଇଛନ୍ତି | ସେ କହିଲେଯେ ଆମେରିକା ଡୋନ ରୁ ହେଲିକାପ୍ଟର ଓ ମିସାଇଲ ସିଷ୍ଟମ ସହିତ ଅନ୍ୟ ସୈନ୍ୟ ଉପକରଣ ଭାରତ କୁ ଯୋଗାଇବ | ଗୁଜରାତର ଏକ ଷ୍ଟାଡିୟମରେ ଏକ ଲକ୍ଷ ରୁ ଅଧିକ ଲୋକଙ୍କୁ ନିଜ ସମ୍ଭୋଧିତ କରି ଟ୍ରମ୍ପ କହିଲେ ଯେ ତାଙ୍କ ଦେଶ ଭାରତକୁ ସର୍ବଶ୍ରେଷ୍ଠ ସୈନ୍ୟ ଉପକରଣ ଉପଲବ୍ଧ କରିବାକୁ ଇଛୁକ ଅଟେ |

ଟ୍ରମ୍ପ ଆମେରିକା ର ରାଷ୍ଟ୍ରପତି ହେବା ପରଠାରୁ ଏହା ହେଉଛି ଭାରତ କୁ ପ୍ରଥମ ଯାତ୍ରା | ଯାତ୍ରାର ପ୍ରଥମ ପର୍ଯ୍ୟାୟ ରେ ଅହମତାବାଦରେ ସେ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମ ରେ ଭାଗନେଇଛନ୍ତି | ସେ କହିଲେ ଯେ ଦୁଇ ଦେଶ ମଧ୍ୟରେ ଅନ୍ତରୀକ୍ଷ ବିଜ୍ଞାନ କ୍ଷେତ୍ରରେ ସହଯୋଗ ବିସ୍ତାର ପାଇଁ ଇଛୁକ | ଟ୍ରମ୍ପ କହିଲେ ଯେ ଭାରତ ଓ ଆମେରିକା ଏକ ଭଲ ବ୍ୟବସାୟିକ ବୁଝାମଣା ଆରମ୍ଭ ପର୍ଯ୍ୟାୟ |

ଆମେରିକାର ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପ କହିଲେ ଯେ ତାଙ୍କ ଦେଶ ଦୁନିଆର ସବୁଠୁ ଭଲ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବିକସିତ କରୁଛି ଓ ଏହି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଭାରତକୁ ଯୋଗାଇବାକୁ ଚୁକ୍ତି କରିବାକୁ ଯାଉଛି | ଅଗାମୀ ଦଶବର୍ଷ ଭିତରେ ଭାରତରୁ ଗରୀବ ହଟାଇବାକୁ ଟ୍ରମ୍ପ କହିଛନ୍ତି |

Leave A Reply

Your email address will not be published.