Latest Odisha News

BREAKING NEWS

୨୦୧୬ ଡବଲ୍ ମର୍ଡ଼ର ପ୍ରସଙ୍ଗ: ଅଭିଯୁକ୍ତ ଅନୁପ ସାଏଙ୍କ ଝିଅ ଓଡ଼ିଶା ମାନବାଧିକାର କମିଶନଙ୍କୁ ଆବେଦନ କଲେ

ଭୁବନେଶ୍ୱର: କଳ୍ପନା ଦାସ ଓ ତାଙ୍କ ନାବାଳିକା ଝିଅକୁ ୨୦୧୬ ମେ ୭ ତାରିଖ ଦିନ ହମିରପୁରର ନିଘଞ୍ଚ ଜଙ୍ଗଲରେ ନୃଶଂସ ଭାବେ ହତ୍ୟା କରିଥିବା ଅଭିଯୋଗରେ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଗିରଫକୁ ତାଙ୍କ ମୂକ ଓ ବଧିର ଝିଅ ଶୁଭସ୍ମିତା ବିରୋଧ କରିଛନ୍ତି । ଏସମ୍ପର୍କରେ ସେ ଓଡ଼ିଶା ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇ ଏହି ଘଟଣାର ତଦନ୍ତ କରିବାକୁ ନିବେଦନ କରିଛନ୍ତି ।

କମିଶନଙ୍କ ସାମ୍ନାରେ ଶୁଭସ୍ମିତା କହିଛନ୍ତି ଯେ, ରାୟଗଡ଼ ପୋଲିସ ତାଙ୍କ ବାପାଙ୍କୁ ଗିରଫ କରି ଅନ୍ୟାୟ କରିଛି । ଏହି ଗିରଫଦାରୀ ଦ୍ୱାରା ବ୍ରଜରାଜନଗରରେ ତାଙ୍କ ପରିବାରର ମାନ ସମ୍ମାନ ପ୍ରତି ଆଞ୍ଚ ଆସିଛି । “ରାୟଗଡ଼ ପୋଲିସ ବଳପୂର୍ବକ ଭାବେ ମୋ ବାପାଙ୍କୁ ହତ୍ୟା ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ଗିରଫ କରିଛନ୍ତି । ମୁଁ ଜଣେ ଭିନ୍ନକ୍ଷମ ହୋଇଥିବା ଯୋଗୁଁ ମୋ ଭବିଷ୍ୟତ ଏବେ ଅନ୍ଧାର ।” ସେ ଏହା କହିବା ସହିତ ରାୟଗଡ଼ ପୋଲିସ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିବେଦନ କରିଛନ୍ତି ।

ଇତିମଧ୍ୟରେ ରାୟଗଡ଼ ପୋଲିସଙ୍କ ନୋଟିସକୁ ଚ୍ୟାଲେଞ୍ଜ କରି ଅନୁପ ସାଏଙ୍କ ପୁଅ ଶୁଭମ ସୋମବାର ଦିନ ରାୟଗଡ଼ର ସ୍ଥାନୀୟ କୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି । ସେ ଏଥିରେ ଦର୍ଶାଇ କହିଛନ୍ତି ଯେ, ତାଙ୍କ ପରିବାରକୁ ଧମକ ଦିଆଯାଉଛି, ଏଥିସହିତ ପଚରାଉଚରା ଲାଗି ଆମ ପରିବାର ପକ୍ଷରୁ କୌଣସି ବ୍ୟକ୍ତି ରାୟଗଡ଼ ଯିବା ପରିବର୍ତ୍ତେ ରାୟଗଡ଼ ପୋଲିସ ବ୍ରଜରାଜନଗର ଆସିବା ଆବଶ୍ୟକ ।

Leave A Reply

Your email address will not be published.