Latest Odisha News

BREAKING NEWS

ଓଡ଼ିଶା ହେବ ଷ୍ଟିଲ୍ କ୍ୟାପିଟାଲ୍ !

ନୂଆଦିଲ୍ଲୀ/ଭୁବନେଶ୍ୱର: ଯଦି ସମସ୍ତ ଯୋଜନାଗୁଡ଼ିକ କାର୍ଯ୍ୟକାରୀ କରାଯାଏ ତେବେ ଓଡ଼ିଶା ଭାରତର ଷ୍ଟିଲ୍ କ୍ୟାପିଟାଲ୍ ହେବାରେ କେହି ରୋକି ପାରିବେ ନାହିଁ ।

ଓଡ଼ିଶାକୁ ଷ୍ଟିଲ୍ କ୍ୟାପିଟାଲ୍ କରିବା ନେଇ କେନ୍ଦ୍ର ଇସ୍ତାତ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା କାଲି ଅର୍ଥାତ ଶୁକ୍ରବାର ଦିନ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ଏପରିକି ଏହି ଦୁଇ ନେତା ଓଡ଼ିଶାରେ ଅନେକ ପେଟ୍ରୋଲିୟମ ପ୍ରକଳ୍ପ ନେଇ ରାଜଧାନୀ ଦିଲ୍ଲୀଠାରେ ବିଶଦ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ୭ ଦିନିଆ ଦିଲ୍ଲୀଗସ୍ତରେ ରହି ଇତିମଧ୍ୟରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରି ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ସମ୍ପର୍କୀତ ବିଭିନ୍ନ ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ସେ ଏହି ଆଲୋଚନା ପରେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଛନ୍ତି, “ମୁଁ ପ୍ରଧାନମନ୍ତ୍ରୀଙ୍କୁ ଭେଟି ସର୍ବପ୍ରଥମେ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିବା ଯୋଗୁଁ ଅଭିନନ୍ଦନ ଜ୍ଞାପନ କଲି,” ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ନବୀନ ପଟ୍ଟନାୟକ । “ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରିବାକୁ ମୁଁ ପ୍ରଧାନମନ୍ତ୍ରୀଙ୍କ୍ୁ ଅନୁରୋଧ କରିଥିଲି । ଆପଣମାନେ ସମସ୍ତେ ଜାଣିଛନ୍ତି ଯେ, ନିକଟରେ ପ୍ରଳୟଙ୍କରୀ ଫନୀ ବାତ୍ୟା ଯୋଗୁଁ ଓଡ଼ିଶାରେ ବିପୁଳ ପରିମାଣରେ କ୍ଷୟକ୍ଷତି ହୋଇଥିଲା । ଏହି ବାତ୍ୟାଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ମୁଁ ୫୦୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛି । ଏଥିସହିତ ୫ଲକ୍ଷ ପକ୍କା ଘର ଯୋଗାଇ ଦେବାକୁ ଅନୁରୋଧ କରିଛି ।”

ଏହାବ୍ୟତୀତ, ୨୦୧୨ ମସିହାଠାରୁ କୋଇଲା ରୟାଲଟି ପୁନର୍ବିଚାର କରିବାକୁ ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ନବୀନ । ଏହା କାର୍ଯ୍ୟକାରୀ କରାଗଲେ ଓଡ଼ିଶା ସରକାର କୋଇଲା ରୟାଲଟିରୁ ବାର୍ଷିକ ୧୦,୦୦୦ କୋଟି ରାଜସ୍ୱ ଆକାରରେ ପାଇପାରିବେ ।

Leave A Reply

Your email address will not be published.