Latest Odisha News

BREAKING NEWS

ସୁନ୍ଦରତା ପାଇଁ ପୋଦିନା : ତ୍ଵଚାରେ ଆଣେ ଚମକ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପୋଦିନା ପତ୍ରକୁ ଆମେ ସମସ୍ତେ ଖାଇବା ପାଇଁ ବ୍ୟବହାର କରିଥାଉ। ଖାଦ୍ୟର ଲୁକ ଓ ଟେଷ୍ଟ ବଢାଇବା ପାଇଁ ପୋଦିନା ପତ୍ରକୁ ବ୍ୟବହାର କରାଯାଇଥାଏ । ପୋଦିନାରେ ଭରି ରହିଛି ଅନେକ ଔଷଧୀୟ ଗୁଣ । ଏହା ସ୍ୱାସ୍ଥ୍ୟ ଓ ସୁନ୍ଦରତା ପାଇଁ ବହୁତ ଲାଭଦାୟକ ଅଟେ । ପୋଦିନା ବ୍ୟବହାର କରିବା ଦ୍ୱାରା ତ୍ୱଚାରେ ଚମକ ଆସିଥାଏ । ପୋଦିନାରୁ ଫାଇବର ମିଳିଥାଏ । ଏହାଛଡା ଏଥିରେ ଆଣ୍ଟିଅକ୍ସିଡେଣ୍ଟ ଏବଂ ଭିଟାମିନ –ଏ, ଭରପୁର ରହିଛି, ଯାହାକି ଚର୍ମ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ଅଟେ । ତେବେ ଆସନ୍ତୁ ଜାଣିବା ପୋଦିନା କିପରି ଆପଣଙ୍କ ସୌନ୍ଦର୍ଯ୍ୟ ବଢ଼ାଇବାରେ ସାହାର୍ଯ୍ୟ କରେ….

BjdElectrycity

ଶରରୀର ରଙ୍ଗକୁ ଉଜ୍ଜଳ କରାଏ ପୋଦିନା । ପୋଦିନାରୁ ମିଳୁଥିବା ଆଣ୍ଟିଅକ୍ସିଡେଣ୍ଟ ସ୍କିନ୍ ପାଇଁ ବହୁତ ଲାଭଦାୟକ ଅଟେ । ପୋଦିନାକୁ ସପ୍ତାହରେ ୨ ଥର ମୁହଁରେ ଫେସ୍ ମାସ୍କ କରି ବ୍ୟବହାର କରିଲେ ମୁହଁରେ ଚମକ ଆସିଥାଏ । ମୁହଁରେ କୌଣସି ପ୍ରକାର କଳା ଦାଗର ସମସ୍ୟା ଦେଖାଯାଏ, ତାହାଲେ ପୋଦିନା ରସକୁ ଦହିରେ କିମ୍ବା ଅଟାରେ ମିଶାଇ ଲଗାଇଲେ ଏହି ସମସ୍ୟା ଦୂର ହୋଇଥାଏ ।

ଆଖିତଳର କଳା ଦୂର କରିବାରେ ସାହାର୍ଯ୍ୟ କରେ ପୋଦିନା । ଆଖିତଳର କଳା ଦୂର ପାଇଁ ରାତିରେ ଶୋଇବା ବେଳେ ପୋଦିନା ରସକୁ ଲଗାଇ ୧୦ରୁ୧୫ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ । ଏହା ପରେ ଧୋଇ ଦିଅନ୍ତୁ । ଏହି ଉପଚାର ପ୍ରତିଦିନ କରିଲେ ଆଖିତଳର କଳା ଦୂର ହୋଇଥାଏ । ମୁହଁରେ ବ୍ରଣ ହୋଇଥିଲେ ପୋଦିନା ରସକୁ ନଡିଆ ତେଲରେ ପକାଇ ବ୍ରଣ ହୋଇଥିବା ସ୍ଥାନରେ ଲଗାନ୍ତୁ । ଏହିପରି ଭାବେ ପ୍ରତିଦିନ ବ୍ୟବହାର କରିବା ଦ୍ୱାରା କିଛି ଦିନରେ ବ୍ରଣ ସମସ୍ୟା ଦୂର ହୋଇଯିବ । ଏହା ସହ ଦାଗ ଗୁଡିକ ମଧ୍ୟ ଚାଲିଯିବ ।

ଯଦି ବୟସ ବଢିବା ସହ ଚର୍ମ ସମସ୍ୟା ଦେଖାଦିଏ ତାହାଲେ ପୋଦିନା ରସକୁ ବ୍ୟବହାର କରନ୍ତୁ । ଏହାକୁ ବ୍ୟବହାର କରିବା ଦ୍ୱାରା ଚର୍ମ ଜାତୀୟ ସମସ୍ୟା ଦୂର ହୋଇଥାଏ । ସେହିପରି ପୋଦିନା ପେଟ ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟକ ଅଟେ । ଶରୀରରେ ଗ୍ୟାସ ସମସ୍ୟା ଦୂର କରିଥାଏ ପୋଦିନା । ଖାଦ୍ୟ ହଜମ କରିବାରେ ପୋଦିନା ଅନେକ ସାହାଯ୍ୟ କରେ । ପ୍ରତିଦିନ ପୋଦିନା ପତ୍ର ଖାଇଲେ ଖାଦ୍ୟ ହଜମ ହୋଇଥାଏ ।

Leave A Reply

Your email address will not be published.