Latest Odisha News

BREAKING NEWS

ମଧ୍ୟାହ୍ନ ୨ଟା ସୁଦ୍ଧା ଟ୍ୱିନ ସିଟିରେ ପ୍ରବଳ ଛେଚିବ: ସତର୍କ କଲା ଆଇଏମଡି

ଭୁବନେଶ୍ୱର:ଟୁଇନ ସିଟି ଭୁବନେଶ୍ୱର ଓ କଟକ ଭୁବନେଶ୍ୱରକୁ ସତର୍କ ସୂଚନା । ଆଜି ଏହି ଦୁଇ ସହର ପ୍ରବଳ ଛେଚିବ । ଏମିତି ପୂର୍ବାନୁମାନ କରିଛି  ଆଞ୍ଚଳିକ ପାଣିପାଗ ବିଭାଗ । ମଙ୍ଗଳବାର ଅପରାହ୍ନ ୨ଟା ସୁଦ୍ଧା ଟୁଇନ ସିଟିରେ ପ୍ରବଳ ବର୍ଷା ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ । ସେଥିପାଇଁ ଦୁଇ ସହରବାସୀଙ୍କୁ ପାଣିପାଗ ସ୍ଥିତିକୁ ଦେଖି ଘରୁ ବାହାରିବା ପାଇଁ ସତର୍କ କରିଛି ବିଭାଗ ।

BjdElectrycity

ଗତକାଲି ପ୍ରବଳ ବର୍ଷାରେ ଟୁଇନ ସିଟି ଅବସ୍ଥା ବେହାଲ ହୋଇ ଯାଇଛି । ଦୁଇ ସହରର ଅଧିକାଂଶ ଅଞ୍ଚଳରେ ଆଣ୍ଠୁଏ ଉଚ୍ଚରେ ପାଣିର ସୁଅ ଛୁଟୁଛି । ଆଜିର ବର୍ଷା ପରେ ଦୁଇ ସହରର ଅବସ୍ଥା ଆହୁରି ବେହାଲ ହେବା ନେଇ ସତର୍କ କରିଛି ପାଣିପାଗ ବିଭାଗ । ଅନେକ ସ୍ଥାନରେ ପାଣି ଜମି ରହିବା ସହ ବର୍ଷା ଯୋଗୁ ଗାଡି ଚଲାଇବା କଷ୍ଟ ହେବ । ଏପରିକି ଟ୍ରାଫିକ ସମସ୍ୟା ମଧ୍ୟ ଦେଖା ଦେବ ।

ସୂଚନାଥାଉ କି, ଗତକାଲି ଅପରାହ୍ନରେ ତିନି ଘଣ୍ଟା ପ୍ରବଳ ବର୍ଷା ହୋଇଥିଲା । ଅଧିକାଂଶ ସ୍ଥାନରେ ବର୍ଷାଜଳ ନିଷ୍କାସନ ହୋଇ ନ ପାରି ଠିଆ ହୋଇ ରହିଥିଲା । ଏପରିକି ଲକ୍ଷ୍ମୀସାଗର, ବମିଖାଲ, ଓଲ୍ଡ ଟାଉନ, ନୟାପଲ୍ଲି ଏବଂ ଶାସ୍ତ୍ରୀ ନଗର ଏରିଆରେ ବର୍ଷା ପାଣି ଆପାର୍ଟମେଣ୍ଟରେ ପଶି ଯାଇଥିଲା ।

ବର୍ଷା ଯୋଗୁ ଜନପଥ, ରାଜପଥ, କଟକ-ପୁରୀ ହାଇୱେ , ଜୟଦେବ ବିହାର, ନନ୍ଦନକାନନ ରୋଡ, ଜାଗମରା ରୋଡ, ଫାୟାର ଷ୍ଟେଶନ ଛକ ଏବଂ ଏୟାରପୋର୍ଟ ଛକରେ ପ୍ରବଳ ଟ୍ରାଫିକ ସମସ୍ୟା ଦେଖା ଦେଇଥିଲା । ସହିଦ ନଗର, ଡୁମୁଡୁମା ସମେତ  ଅନେକ ସ୍ଥାନରେ ଗଛ ଭାଙ୍ଗି ପଡି ରାସ୍ତା ଅବରୋଧ ହୋଇଥିଲା । ଆଜି ସକାଳୁ ସକାଳୁ ବିଏମସି ପକ୍ଷରୁ ଗଛକାଟି ରାସ୍ତା ପରିଷ୍କାର କରାଯାଉଛି ।

ଗତକାଲି ରାତି ସାଢେ ୮ଟା ସୁଦ୍ଧା ଭୁବନେଶ୍ୱରରେ ୨୫୮ ମିମି ବର୍ଷା ରେକର୍ଡ କରାଯାଇଛି । ଭୁବନେଶ୍ୱର ବ୍ୟତୀତ କଟକ ଓ ପୁରୀରେ ମଧ୍ୟ ଗତକାଲି ପ୍ରବଳ ବର୍ଷା ହୋଇଛି ।

 

Leave A Reply

Your email address will not be published.