Latest Odisha News

ଗାୟବ ହୋଇଗଲା ମୀରାଙ୍କ ୪ ବର୍ଷ ପୁରୁଣା ଖ୍ରୀଷ୍ଟମାସ ଟ୍ରି

ମୁମ୍ବାଇ: ଆସନ୍ତାକାଲି ବଡଦିନ ଅର୍ଥାତ୍‌ ଖ୍ରୀଷ୍ଟମାସ। ଖ୍ରୀଷ୍ଟମାସ ପାଳନ ଲାଗି ଏବେଠୁ ପାର୍ଟି ମଧ୍ୟ ଆରମ୍ଭ ହୋଇଗଲାଣି। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଅନେକ ବଲିଉଡ ସେଲିବ୍ରିଟି ସେମାନଙ୍କ ଘରେ ଖ୍ରୀଷ୍ଟମାସ ଟ୍ରି ସଜାଇଛନ୍ତି। ଏଥି ସହିତ, କେହି କେହି ଏହି ଅବସରରେ ଏକ ପାର୍ଟିର ଆୟୋଜନ ମଧ୍ୟ କରିବେ ବୋଲି ଜଣାପଡ଼ିଛି।

ଅଭିନେତା ସାହିଦ କପୁର ଏବଂ ପତ୍ନୀ ମୀରା ରାଜପୁତ ପ୍ରତିବର୍ଷ ନିଜ ପିଲାମାନଙ୍କ ସହିତ ଏହି ପର୍ବ ପାଳନ କରନ୍ତି। ମୀରା ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଖ୍ରୀଷ୍ଟମାସ ଟ୍ରି ସଜାଉଥିବାର ନଜର ଆସିଛନ୍ତି। ଏହା ସହିତ ସେ କହିଥିଲେ ଯେ ଏହା ହେଉଛି ତାଙ୍କର ଶେଷ ମୁହୂର୍ତ୍ତର ପ୍ରସ୍ତୁତି, କାରଣ ସେ ଚାରି ବର୍ଷ ଧରି ସଜାଇଥିବା ଖ୍ରୀଷ୍ଟମାସ ଟ୍ରି କୁଆଡେ ଗାୟବ ହୋଇଯାଇଛି।

ମୀରା ତାଙ୍କ ଭିଡିଓ ସହିତ ଏକ ଲମ୍ବା ପୋଷ୍ଟ ଲେଖିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି ଯେ, ‘ହଁ … ଆମ ଖ୍ରୀଷ୍ଟମାସ ଟ୍ରି ଗାୟବ ହୋଇଯାଇଛି। ମୁଁ ଗତ ୪ ବର୍ଷ ଧରି ସମାନ ସୁନ୍ଦର ୬ ଫୁଟ ଉଚ୍ଚ, ଗାଢ ସବୁଜ ଖ୍ରୀଷ୍ଟମାସ ଟ୍ରି ବ୍ୟବହାର କରିଆସୁଥିଲି ଏବଂ ପ୍ରତିବର୍ଷ କିଛି ନୂଆ ସାଜସଜ୍ଜା କରୁଥିଲି।

Comments are closed.