Latest Odisha News

ମିସବାଙ୍କ ଖୁଲାସା: ରୁଦ୍ଧ ଦ୍ୱାର ବୈଠକରେ ମୋତେ ଅଣଦେଖା କରିଥିଲେ ବାବର, ଆର୍ଥର

ଲାହୋର: ପାକିସ୍ତାନର ପୂର୍ବ ଅଧିନାୟକ ମିସବା ଉଲ ହକ ବିଶ୍ୱକପ କ୍ରିକେଟରେ ଜାତୀୟ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ନେଇ ମୁହଁ ଖୋଲିଛନ୍ତି । ବିଶ୍ୱକପ ପୂର୍ବରୁ ଆୟୋଜିତ ବୈଠକରେ ଅଧିନାୟକ ବାବର ଆଜମ ଓ କୋଚ ମିକି ଆର୍ଥର ମୋ ପ୍ରସ୍ତାବକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରିଥିଲେ । ପାକିସ୍ତାନ ଟିମର ଅଧିନାୟକ, କୋଚ ଓ ଚୟନ କମିଟି ମୂଖ୍ୟ ରହି ସାରିଥିଲେ ମଧ୍ୟ ସେମାନେ ମୋତେ ଅପମାନିତ କରିଥିଲେ ବୋଲି ମିସବା କହିଛନ୍ତି । ଶାଦବ ଖାଁ ଓ ମହମ୍ମଦ ନବାଜଙ୍କ ପ୍ରଦର୍ଶନ ଏସିଆ କପରେ ଭଲ ନ ଥିଲା । ଉପ ମହାଦ୍ୱୀପରେ ସ୍ପିନର ଦୁର୍ବଳ ହେଲା ମ୍ୟାଚ ଜିତିବା କଷ୍ଟକର ବ୍ୟାପାର । ଅତିରିକ୍ତ ସ୍ପିନର ଦଳ ସହିତ ରଖିବା ପାଇଁ କହିଥିଲେ ମଧ୍ୟ ସେମାନେ ମୋ କଥାକୁ ହସରେ ଉଡାଇ ଦେଇଥିଲେ ।

୨୦୧୭ରେ ମିସବା ଆନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ । ପାକିସ୍ତାନ ବିଶ୍ୱକପରେ ୯ ମ୍ୟାଚରୁ ୪ଟିରେ ବିଜୟ ହାସଲ କରି ୫ମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା । ୨୦୧୧ ପରଠାରୁ ପାକିସ୍ତାନ ଦିନିକିଆ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିପାରି ନାହିଁ । ମିସବାଙ୍କ ବୟାନ ଏବେ ପାକିସ୍ତାନ କ୍ରିକେଟରେ ଆଲୋଡନ ସୃଷ୍ଟି କରିଛି ।

Leave A Reply

Your email address will not be published.