Latest Odisha News

BREAKING NEWS

ଡିକି ଭାଙ୍ଗି ଲୁଟେରା ନେଇଗଲେ ୧ ଲକ୍ଷ ଟଙ୍କା

ଅନୁଗୁଳ: ପୁଣି ମାତିଲେ ଲୁଟେରା । ବାଇକ୍ ଡିକି ଭାଙ୍ଗି ନେଇଗଲେ ୧ ଲକ୍ଷ ଟଙ୍କା । ଜନଗହଳି ପୂର୍ଣ୍ଣ ବଜାର ଭିତରୁ ଆଖି ପିଛୁଳାକେ ଡିକି ଭାଙ୍ଗି ଏକ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ତାଳଚେର ହାଟତୋଟା ବଜାରରେ । ତାଳଚେର ରେମୁଆଁ ଅଞ୍ଚଳର ବିଦୂସ କୁମାର ମାଝୀ ତାଳଚେର ଏସବିଆଇ ବ୍ୟାଙ୍କରୁ ଏକ ଲକ୍ଷ ଟଙ୍କା ଉଠାଇ ବାଇକ୍ ଡିକିରେ ରଖିଥିଲେ । ବ୍ୟାଙ୍କରୁ ଟଙ୍କା ଉଠାଇ ସେ ଏକ ହାର୍ଡୱେୟାର ଦୋକାନକୁ ଯାଇଥିଲେ । ସେହି ସମୟରେ ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ଡିକି ଭାଙ୍ଗି ଟଙ୍କା ନେଇ ଚମ୍ପଟ ମାରିଥିଲେ ।

ବିଦୂସ ଆସି ଦେଖିବା ବେଳକୁ ଡିକି ଭଙ୍ଗା ଯାଇଥିବା ବେଳେ ଟଙ୍କା ନଥିଲା । ସିସିଟିଭିରେ ଲୁଟର ସମସ୍ତ ଦୃଶ୍ୟ କଏଦ ହୋଇଛି । ଜଣେ ଦୁର୍ବୃତ୍ତ ଡିକି ଭାଙ୍ଗି ଟଙ୍କା ନେଉଥିବା ବେଳେ ଅନ୍ୟ ଜଣେ ବାଇକରେ ଅପେକ୍ଷା କରି ରହିଥିଲା । ଆଉ ପ୍ରଥମ ଯୁବକ ଜଣଙ୍କ ଟଙ୍କା ନେଇ ଯିବା ପରେ ଅନ୍ୟ ଯୁବକ ଜଣଙ୍କ ଘଟଣା ସ୍ଥଳରୁ ଚମ୍ପଟ ମାରୁଥିବା ଦେଖିବାକୁ ମିଳିଛି । ଏନେଇ ବିଦୂସ ତାଳଚେର ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.