Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ସାବଧାନ ! ଅସଲି ନାଁରେ ବୁଲୁଛନ୍ତି ନକଲି ଅଧିକାରୀ, ଲୁଟି ନେଉଛନ୍ତି ଟଙ୍କା

ନୂଆପଡ଼ା: ସାବଧାନ ! ନୂଆପଡ଼ାରେ ବୁଲୁଛନ୍ତି ନକଲି ଅଧିକାରୀ । ବାବୁ ଭଳି ବେଶଭୂଷାରେ ଆସୁଛନ୍ତି । ସୁଯୋଗ ପାଇଲେ ହାତ ସଫେଇ ବି କରୁଛନ୍ତି । କିଏ ନିଜକୁ ତହସିଲଦାର ତ ଆଉ କିଏ ବଡ଼ବାବୁ ପରିଚୟ ଦେଇ ଜୋର ଜବରଦସ୍ତ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହେଉଛି । କିଛିଦିନ ତଳେ ଖଡ଼ିଆଳ ପୋଲିସ ଏଭଳି ଜଣେ ନକଲି କୃଷି ଅଧିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏବେ ସେଭଳି ଆଉ ଏକ ଅଭିଯୋଗ ସାମ୍ନାକୁ ଆସିଛି । ବୋଡେନ୍ ଥାନା ଅଞ୍ଚଳର ବ୍ୟବସାୟୀ ଦିନେଶ ଅଗ୍ରୱାଲଙ୍କ ପାଖକୁ ୪ ଜଣ ଏକ କାରରେ ଆସି ନିଜକୁ କୃଷି ବିଭାଗର ଅଧିକାରୀ କହି ଲୁଟ୍ କରିଥିବା ଅଭିଯୋଗ ହୋଇଛି ।

ଏପରିକି ଦୁର୍ବୃତ୍ତ ଟଙ୍କା ନେବା ସହ ଜୀବନରେ ମାରିଦେବାକୁ ଧମକ ଦେଇଛନ୍ତି । ଏନେଇ ଦିନେଶ ଅଗ୍ରୱାଲ ପୋଲିସର ଦ୍ୱାରସ୍ଥ ହୋଇଥିବା ବେଳେ ସିସିଟିଭିରେ କଏଦ ହୋଇଛି ସମସ୍ତ ଦୃଶ୍ୟ । ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ଛାନଭିନ୍ନ ଆରମ୍ଭ କରିଛି ।

ଜିଲ୍ଲାରେ ଏଭଳି ଘଟଣା ବଢ଼ୁଥିବା ବେଳେ ଘଟଣାକୁ ଗୁରୁତର ସହ ନେଇ ଶୀଘ୍ର ଠକଙ୍କୁ ଧରିବାକୁ ଦାବି କରିଛନ୍ତି ଲୋକେ । ବ୍ୟବସାୟୀଙ୍କୁ ଭୟଭୀତ କରି ନକଲି ଅଧିକାରୀ ବ୍ଲାକମେଲିଂ କରି ଟଙ୍କା ଆଦାୟ କରୁଥିବାରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଜରୁରୀ ହୋଇ ପଡ଼ିଛି ।

Leave A Reply

Your email address will not be published.