ଯାଜପୁର: ଏଟିଏମ୍ ମେସିନ୍ ଲୁଟ । ଯାଜପୁର ଜିଲ୍ଲା ନେଉଳପୁର ଛକ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ଏସବିଆଇ ଏଟିଏମ୍ ମେସିନ୍ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ବିଳମ୍ବିତ ରାତିରେ ଦୁର୍ବୃତ୍ତ ଏଟିଏମ୍ ଲୁଟି ନେଇଥିବା ଜଣା ପଡ଼ିଛି ।
ଆଜି ସକାଳୁ ଏଟିଏମକୁ ଲାଗି ରହିଥିବା ଦୋକାନ ଖୋଲିବାକୁ ବ୍ୟବସାୟୀ ଆସିଥିଲେ । ସେତେବେଳେ ଦେଖିଥିଲେ ଏଟିଏମ ସଟର ତାଲା ଭାଙ୍ଗି ତଳେ ପଡ଼ିଛି । ଏନେଇ ସେ ଘର ମାଲିକଙ୍କୁ ଖବର ଦେଇଥିଲେ । ସଟର ଟେକି ଦେଖିବା ବେଳେକୁ ଏଟିଏମ୍ ମେସିନ୍ ନାହିଁ ।
ଏ ନେଇ ଧର୍ମଶାଳା ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏଟିଏମ ମେସିନରେ କେତେ ଟଙ୍କା ଥିଲା ସେ ନେଇ କୌଣସି ସୂଚନା ମିଳି ପାରି ନାହିଁ ।
Comments are closed.