Latest Odisha News

BREAKING NEWS

ଦୁଇ ଓଡ଼ିଆଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର : ଚଳିତ ବର୍ଷ ପାଇଁ ଦୁଇ ଜଣ ଓଡ଼ିଆ ସାହିତ୍ୟିକଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ସେମାନେ ହେଉଛନ୍ତି ଡ. ନରେନ୍ଦ୍ର ପ୍ରସାଦ ଦାସ ଏବଂ ଦିଲ୍ଲୀପ ବେହେରା ।

ଡ. ଦାସଙ୍କୁ ଶବ୍ଦ ପ୍ରଦୂଷଣ ଉପରେ ଲିଖିତ ପୁସ୍ତକ ‘କୋଳାହଳ ନା ହଳାହଳ’ ପାଇଁ ଏବଂ ଦିଲ୍ଲୀପ ବେହେରାଙ୍କୁ ‘ଲଣ୍ଠନ’ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ପ୍ରକାଶିତ ତାଲିକାରେ ଉଲ୍ଲେଖ କରାଯାଇଛି ।

ଡ. ଦାସଙ୍କୁ ସାହିତ୍ୟ ଏକାଡେମୀ ବାଳ ସାହିତ୍ୟ ପୁରସ୍କାର-୨୦୨୨ ମିଳିବାକୁ ଥିବା ବେଳେ ଦିଲ୍ଲୀପ ବେହେରାଙ୍କୁ ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର- ୨୦୨୨ ପାଇବେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟଙ୍କୁ ଶୁଭେଚ୍ଛା ଜଣାଇବାକୁ ଯାଇ ଟ୍ୱିଟ କରିଛନ୍ତି ଯେ, “କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୨୨ ବର୍ଷ ପାଇଁ ବାଳ ସାହିତ୍ଯ ପୁରସ୍କାର ପାଇବାକୁ ମନୋନୀତ ନରେନ୍ଦ୍ର ପ୍ରସାଦ ଦାସ ଓ ଯୁବ ପୁରସ୍କାର ପାଇବାକୁ ମନୋନୀତ ଦିଲ୍ଲୀପ ବେହେରାଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବାରେ ଏହା ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହେବା ସହ ଉଭୟଙ୍କର ଆହୁରି ସଫଳତା କାମନା କରୁଛି।”

Leave A Reply

Your email address will not be published.