Latest Odisha News

BREAKING NEWS

ନାଗାବଳୀ ନଦୀରେ ଭାସି ଗଲେ ପରିବାରର ୪ ଜଣ

ରାୟଗଡ଼ା: ବୁଲିବାକୁ ଆସି ଭାସି ଗଲେ । ରାୟଗଡ଼ା ଉପକଣ୍ଠ ଝୁଲା ବ୍ରିଜ୍ ସ୍ଥିତ ନାଗାବଳୀ ନଦୀରେ ଅଘଟଣ ଘଟିଛି । ବୁଲିବାକୁ ଆସିଥିବା ଆନ୍ଧ୍ରପ୍ରଦେଶର ଗୋଟିଏ ପରିବାରର ୪ ଜଣ ନଦୀରେ ଭାସି ଯାଇଥିବା ବେଳେ ୩ ଜଣଙ୍କୁ ଉଦ୍ଧାର କରାଯାଇଛି । ୫ ବର୍ଷର ଶିଶୁପୁତ୍ରକୁ ଉଦ୍ଧାର ପାଇଁ ପ୍ରୟାସ କରୁଛି ଅଗ୍ନିଶମ ବାହିନୀ ।

୩ ଛୁଆ ଭାସି ଯାଉଥିବା ବେଳେ ବାପା ସି. ଗୋପାଳକୃଷ୍ଣ ପ୍ରଥମେ ଦୁଇ ପୁଅକୁ ଧରି ନେଇଥିଲେ । ଆଉ ୫ ବର୍ଷର ଶିଶୁପୁତ୍ରକୁ ଉଦ୍ଧାର କରିବାକୁ ଯାଇ ନିଜେ ଗୋପାଳ ପ୍ରୋଖର ସ୍ରୋତରେ ଭାସି ଯାଇ ନଦୀ ମଝିରେ ଫସି ରହିଥିଲେ ।

ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଫସି ରହିଥିବା ଗୋପାଳକୃଷ୍ଣଙ୍କୁ ଏକ ଘଣ୍ଟାର କଠିନ ପରିଶ୍ରମ ପରେ ଉଦ୍ଧାର କରିଛନ୍ତି । ଉଦ୍ଧାର ପରେ ଗୋପାଳକୃଷ୍ଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି ଅଗ୍ନିଶମ ବାହିନୀ । ନିଖୋଜ ଥିବା ୫ ବର୍ଷର ଶିଶୁପୁତ୍ରକୁ ଉଦ୍ଧାର ପାଇଁ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

Leave A Reply

Your email address will not be published.