କେନ୍ଦୁଝର: ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟ୍ । ତେଲ ପକାଇବା ବାହାନାରେ ଆସି ପେଟ୍ରୋଲ ପମ୍ପରୁ ୨୦ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ମ୍ୟାନେଜରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଟଙ୍କା ଧରି ଛୁ ମାରିଲେ ଲୁଟେରା । କେନ୍ଦୁଝର ଜିଲ୍ଲା ପଦ୍ମପୁର ପୁଟୁଳିଆରେ ଥିବା ରାଲିଏନ୍ସ ପେଟ୍ରୋଲ ପମ୍ପରୁ ଏହି ଲୁଟ ହୋଇଛି ।
ଆଜି ଭୋରରୁ ଦୁଇଟି ବାଇକରେ ୬ ଜଣ ଦୁର୍ବୃତ୍ତ ଆସିଥିଲେ । ବାଇକରେ ତେଲ ପକାଇଥିଲେ । ଟଙ୍କା ଦେବା ବାହାନାରେ କାଉଣ୍ଟର ଭିତରେ ପଶିଥିଲେ ଦୁଇ ଜଣ ଦୁର୍ବୃତ୍ତ । ଆଉ ଦୁଇ ପେଟ୍ରୋଲ ପମ୍ପ କର୍ମଚାରୀ ଓ ଅନ୍ୟ ଦୁଇ ଜଣ ସିକ୍ୟୁରିଟି ଗାର୍ଡଙ୍କୁ କାବୁ କରିଥିଲେ ।
ଏହାପରେ ମ୍ୟାନେଜରଙ୍କୁବନ୍ଧୁକ ଦେଖାଇ ୨୦ ଲକ୍ଷ ଟଙ୍କା ନେଇ ସେଠାରୁ ପଳାଇ ଯାଇଥିଲେ ଦୁର୍ବୃତ୍ତ । ସେମାନେ ଲୁଟ୍ ପରେ ବଡବିଲ ରାସ୍ତା ଦେଇ ଖସିଯାଇଥିଲେ । ଅଭିଯୋଗ ପରେ ଖୋଳତାଡ ଚଳାଇଛି ପୋଲିସ । ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ଚଳାଇଛି ପୋଲିସ ।
Comments are closed.