Latest Odisha News

ଫିଲ୍ମ ଷ୍ଟାଇଲ୍ ରେ ଆସି ବନ୍ଧୁକ ଦେଖାଇ ଲୁଟିନେଲେ ୨୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ସୁନା ଗହଣା

ପୁରୀ: ବାଇକ ରେ ଆସିଲେ ମୁଣ୍ଡରେ ବନ୍ଧୁକ ଲଗାଇଲେ କିଛି ଭାବିବା ଦେଖିବା ପୂର୍ବରୁ ଲୁଟିନେଲେ ସୁନାଗହଣା । ପୁରା ପିଲ୍ମ ଷ୍ଟାଇଲ୍ ରେ ଲୁଟ୍ ହୋଇଥିବା ଦେଖିବାକୁ ମିଳିଛି । ପିପିଲିର ଡେଲାଙ୍ଗ ଥାନା ଅଞ୍ଚଳରେ । ତେବେ ଜଣେ ସୁନା ବ୍ୟବସାୟୀ ଏହି ଲୁଟ୍ର ଶିକାର ହୋଇଛନ୍ତି ।

ସୁନା ବ୍ୟବସାୟୀ ଜଣକ ହେଲେ ପ୍ରଶାନ୍ତ ମହାପାତ୍ର । ତାଙ୍କ ଘର ଡେଲାଙ୍ଗ ଅଞ୍ଚଳରେ । ତେବେ ଲୁଟ୍ ହୋଇଥିବା ଗହଣା ଭିତରେ ୨୭୦ ଗ୍ରାମ ସୁନା ଓ ୬ କେଜି ରୁପା ରହିଛି । ଯାହାର ଆନୁମାନିକ ମୂଲ୍ୟ ୨୫ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି କହିଛନ୍ତି ବ୍ୟବସାୟୀ ଜଣକ ।

ସବୁ ଦିନ ପରି କାଲି ମଧ୍ୟ ପ୍ରଶାନ୍ତ ଦୋକାନ ବନ୍ଦ କରି ସୁନା ଓ ରୁପା ଅଳଙ୍କାର ନେଇ ନିଜ ଘରକୁ ନେଇ ଯାଉଥିଲେ । ଏହି ସମୟରେ ପୂର୍ବରୁ ତାଙ୍କ ଉପରେ ନଜର ରଖିଥିବା ୪ ରୁ ୫ ଜଣ ଡକାୟତ ଆସି ବନ୍ଧୁକ ର ଭୟ ଦେଖାଇ ଲୁଟ୍ କରିଛନ୍ତି ।

ଯାହାକୁ ନେଇ ପ୍ରଶାନ୍ତ ଡେଲାଙ୍ଗ ଥାନାରେ ଅଭିଯୋଗ କରିଛନ୍ତି । ଡେଲାଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଛି ।

Leave A Reply

Your email address will not be published.