Latest Odisha News

BREAKING NEWS

କେମିକାଲ ଫ୍ୟାକ୍ଟ୍ରୀରେ ବିସ୍ଫୋରଣ; ୫ ମୃତ, ୧୬ ଗୁରୁତର

ହାଇଦ୍ରାବଦ: କେମିକାଲ ଫ୍ୟାକ୍ଟ୍ରୀରେ ଭୟାବହ ଅଗ୍ନିକାଣ୍ଡ । ଏଥିରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୬ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଭଳି ଦୁଃଖଦ ଘଟଣା ଘଟିଛି ତେଲେଙ୍ଗାନାର ସଙ୍ଗାରେଡ୍ଡୀ ଜିଲ୍ଲା ଅଧୀନ ଏକ ଔଷଧ ତିଆରି ଫ୍ୟାକ୍ଟ୍ରୀରେ ।

ଅଧିକାରୀ କହିଛନ୍ତି ଯେ, ମୃତକଙ୍କ ମଧ୍ୟରେ କମ୍ପାନୀର ନିର୍ଦ୍ଦେଶକ ମଧ୍ୟ ଅଛନ୍ତି । ସେ କହିଛନ୍ତି ଯେ ରାତି ପ୍ରାୟ ୫ଟା ସମୟରେ ଜିଲ୍ଲାର ହଥନୁରା ମଣ୍ଡଳର ଚାନ୍ଦପୁର ଗ୍ରାମରେ ଅବସ୍ଥିତ ଏସବି ଅର୍ଗାନିକ୍ସ ଲିମିଟେଡର କାରଖାନାରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।

ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ବହୁ କସରତ ପରେ ନିଆଁକୁ କାବୁ କରିଥିଲା । ତେବେ ମୃତକଙ୍କ ମଧ୍ୟରେ କମ୍ପାନୀର ନିର୍ଦ୍ଦେଶକଙ୍କ ସମେତ ଆଉ ଚାରି ଜଣ କର୍ମଚାରୀ ଅଛନ୍ତି ।

ପୋଲିସ ଅଧିକାରୀଙ୍କ ସୂଚନା ମୁତାବକ, କେମିକାଲ ଫ୍ୟାକ୍ଟ୍ରୀର ରିଆକ୍ଟରରେ ବିସ୍ଫୋରଣ ହୋଇଛି । ଫ୍ୟାକ୍ଟ୍ରୀରେ ଆଉ ରିଆକ୍ଟର ମଧ୍ୟ ରହିଛି । ସେଠାରେ ମଧ୍ୟ ବିସ୍ଫୋରଣ ହେବାର ଆଶଙ୍କା ପ୍ରକାଶ ପାଇଛି । ତେଣୁ ପ୍ରଶାସନ ପକ୍ଷରୁ ଆଖପାଖ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ତେବେ କିପରି ବିସ୍ଫୋରଣ ହେଲା, ସେକଥା ଏଯାଏଁ ଜଣାପଡ଼ିନି ।

Leave A Reply

Your email address will not be published.