Latest Odisha News

ଦିନ ଦିପହରରେ ସବୁ ଲୁଟିନେଲେ ଦୁର୍ବୃତ୍ତ

ଭୁବନେଶ୍ୱର: ଦିନ ଦ୍ୱିପ୍ରହର ଖରାବେଳେ ଘରୁ ସବୁ ସୁନା, ଗହଣା, ଟଙ୍କା, କାର୍, ସ୍କୁଟର୍ ସବୁ ଲୁଟି ନେଇଛନ୍ତି କିଛି ଅଜଣା ଦୁର୍ବୃତ୍ତ । ଏହି ଚୋରୀ ଘଟଣାଟି ଘଟିଛି ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ।

ମିଳିଥିବା ସୂଚନାନୁସାରେ, ଘରେ କେହି ନଥିବା ବେଳେ ସନ୍ତୋଷ ବେହେରାଙ୍କ ଘରର ପଛପାଖ ଝରକା ଭାଙ୍ଗି ଦୁବୃର୍ତ୍ତମାନେ ଘରେ ପ୍ରବେଶ କରି ଲୁଟିନେଇଥିଲେ ସମସ୍ତ ମୂଲବାନ ଜିନିଷ ।

ଘରେ ପହଞ୍ଚି ସନ୍ତୋଷ ସମସ୍ତ ଗହଣା, ଟିଭି, ଲାପଟପ, ମ୍ୟୁଜିକ ସିଷ୍ଟମ ଚୋରୀ ହୋଇଥିବାର ଜାଣିବାକୁ ପାଇଥିଲେ । ପରେ ଜାଣିବାକୁ ପାଇଥିଲେ ଦୁର୍ବୃତ୍ତମାନେ ତାଙ୍କ କାର୍ ଓ ସ୍କୁଟରକୁ ଲୁଟ୍ କରିଦେଇଛନ୍ତି ।

ଗୃହକର୍ତ୍ତା ଥାନାରେ ଚୋରୀ ହୋଇଥିବାର ଏତଲା ଦେବା ପରେ ପୋଲିସ ତାଙ୍କର ଶୈଳଶ୍ରୀବିହାର ଘରେ ତୁରନ୍ତ ପହଞ୍ଚି ଛାନଭିନ୍ କରିଥିଲେ ।

ପୋଲିସ ପାଖଘର ଏବଂ ଆଖପାଖ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛନ୍ତି । ଏହା ମଧ୍ୟରେ ପୋଲିସ ମଧ୍ୟ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛନ୍ତି ।

Leave A Reply

Your email address will not be published.