ନୟାଗଡ଼:ଦଶପଲ୍ଲା ବିଡିଓଙ୍କ ଗାଡ଼ିକୁ ପଥର ମାଡ। ଦଶପଲ୍ଲା ବିଡିଓ ଶରତ ଚନ୍ଦ୍ର ମଲ୍ଲିକଙ୍କ ଗାଡ଼ିକୁ ପଥର ମାଡ଼ କଲେ ଦୁର୍ବୃତ୍ତ । ଏହି ପଥର ମାଡ଼ରେ ଗାଡ଼ିର ଆଗ କାଚ ଭାଙ୍ଗି ଯାଇଛି ।
ଏକ କାର୍ଯ୍ୟକ୍ରମ ସାରି ଫେରୁଥିବା ବେଳେ ନଛିପୁର ଗାଁ ନିକଟରେ ହୋଇଛି ଆକ୍ରମଣ । ୨ ଦୁର୍ବୃତ୍ତ ବାଇକ୍ରେ ଆସି ଢେଲା ମାଡ଼ କରିଥିବା ସୂଚନା ରହିଛି ।
ତେବେ ବିଡିଓ ସୁରକ୍ଷିତ ଥିବାବେଳେ ଡ୍ରାଇଭର ଆହତ ହୋଇଛନ୍ତି । ବିଡିଓ ଏନେଇ ଦଶପଲ୍ଲା ଥାନାରେ ଅଭିଯୋଗ କରିଛନ୍ତି ।
ସୂଚନାଥାଉକି, ବିଡିଓ SIR କାର୍ଯ୍ୟ ତଦାରଖ କରିବା ପାଇଁ ନଛିପୁର ପଞ୍ଚାୟତକୁ ଯାଇଥିଲେ । ପରେ ନଛିପୁରରେ ଜଣେ ଅଗ୍ନିବିପନ୍ନଙ୍କୁ ସରପଞ୍ଚଙ୍କ ସହ ମିଶି ସରକାରୀ ସାହାଯ୍ୟ ବଣ୍ଟନ କରି ଫେରୁଥିବା ସମୟରେ ଦୁଇ ଜଣ ଦୁର୍ବୃତ୍ତ ହଠାତ ଗାଡିକୁ ପଥର ମାଡ କରିଥିଲେ ।