Latest Odisha News

ପୋଲିସ୍ ଜବତ କରିଥିବା ୬ଟି ଗାଡ଼ି ଜାଳିଦେଲେ ଦୁର୍ବୃତ୍ତ

କୋରାପୁଟ: ଗଞ୍ଜେଇ ଚୋରା ଚାଲାଣରେ ବେଳେ ଜବତ ହୋଇଥିବା ଗାଡ଼ିକୁ ଦୁର୍ବୃତ୍ତ ଜାଳି ଦେଇଛନ୍ତି । କୋରାପୁଟ ପୋଲିସ ଦ୍ୱାରା ଜବତ ୬ଟି ଗାଡ଼ିରେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ବେଳେ ସେଥିରୁ ୪ଟି ଗାଡ଼ି ଗଞ୍ଜେଇ ଚାଲାଣ ବେଳେ ଜବତ ହୋଇଥିଲା ।

କୋରାପୁଟ ଟାଉନ୍ ଥାନା ନିକଟ ବସଷ୍ଟାଣ୍ଡ ହକି ଷ୍ଟାଡୟମରେ ଏ ସବୁ ଜବତ ଗାଡ଼ି ରଖାଯାଇଥିଲା । ଯେଉଁଥିରେ ବୁଧବାର ସକାଳୁ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ । ଲୋକେ ହୋଲି ଉତ୍ସବ ପାଳନରେ ବ୍ୟସ୍ତ ଥିବା ବେଳେ ଜଳୁଥିଲା ଜବତ ଗାଡ଼ି ।

ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଆୟତ୍ତ କରିଥିବା ବେଳେ ଜବତ ୪ଟି କାର ସହ ୨ଟି ଅଟୋରିକ୍ସା ସମ୍ପୂର୍ଣ୍ଣ ଜଳି ଯାଇଛି । ଜବତ ଗାଡ଼ିରେ କିଏ ନିଆଁ ଲଗାଇଲା ? ଅଭିଯୁକ୍ତଙ୍କୁ ଧରିବା ଲାଗି ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

Leave A Reply

Your email address will not be published.