Latest Odisha News

BREAKING NEWS

ଏମିତି ସହର ଯେଉଁଠି ଟମାଟୋ ଫିଙ୍ଗି ହୋଲି ପାଳିତ ହୁଏ

ଭାରତୀୟ ସଂସ୍କୃତି ଓ ପରମ୍ପରା ଆଧାରରେ ଶହ ଶହ ବର୍ଷ ଧରି ପାଳିତ ହୋଇ ଆସୁଛି ହୋଲି ଉତ୍ସବ । ପରସ୍ପର ଭିତରେ ଭାଇଚାରା ବାର୍ତ୍ତାର ଆଦାନପ୍ରଦାନ ହୋଲି ମାଧ୍ୟମରେ ହିଁ ହୋଇଥାଏ । କେବଳ ହିନ୍ଦୁ ନୁହଁନ୍ତି ଭାରତୀୟ ସମାଜରେ ସବୁ ବର୍ଗ ଓ ଧର୍ମର ଲୋକେ ଆଗ୍ରହର ସହିତ ହୋଲି ପାଳିଥାନ୍ତି । ପରସ୍ପରକୁ ରଙ୍ଗ ଓ ଅବିର ଲଗାଇ ପରସ୍ପର ସୁଖ,ସମୃଦ୍ଧିର କାମନା କରାଯାଇଥାଏ । ସମୟ ବଦଳିଥିଲେ ମଧ୍ୟ ଏହି ପରମ୍ପରା ଏବେ ବି ଦୃଢ ଭାବରେ ଭାରତୀୟ ସଂସ୍କୃତି ସହିତ ଯୋଡ଼ି ହୋଇ ରହିଛି । ଭାରତ ବାହାରେ ମଧ୍ୟ ବସବାସ କରୁଥିବା ପ୍ରଭାସୀ ଭାରତୀୟମାନେ ହୋଲି ଉତ୍ସବକୁ ଧୁମ୍‌ଧାମ୍‌ରେ ପାଳିଥାନ୍ତି । ତେବେ ସ୍ପେନର ଭାଲେନ୍‌ଶିୟା ସହରରେ ଅଜବ ଢଙ୍ଗରେ ହୋଲି ପାଳିତ ହୁଏ । ଅବିର ବଦଳରେ ପରସ୍ପରକୁ ଲାଲ ରଙ୍ଗର ପାଚିଲା ଟମାଟୋ ଫୋପାଡ଼ି ଏଠି ହୋଲି ପାଳନ କରାଯାଇଥାଏ ।

ଭାରତରେ ମାର୍ଚ୍ଚ ଓ ଏପ୍ରିଲ ମାସ ଭିତରେ ହୋଲି ଉତ୍ସବ ପାଳନ ହେଉଥିବା ବେଳେ ସ୍ପେନର ଏହି ସହରରେ ପ୍ରତିବର୍ଷ ଅଗଷ୍ଟ ମାସର ଶେଷ ବୁଧବାର ଏହି ଟମାଟୋ ହୋଲି ଉତ୍ସବ ପାଳିତ ହୋଇଥାଏ । ଏହି ଉତ୍ସବ ପାଳନ ଅବସରରେ ସ୍ଥାନୀୟ ଲୋକମାନେ ପରସ୍ପର ଉପରକୁ ପାଚିଲା ଟମାଟୋ ଫିଙ୍ଗି ହୋଲି ମନାଇଥାନ୍ତି । ଏହାସହିତ ବୟସ୍କ ଲୋକମାନଙ୍କ ପାଦକୁ ଟମାଟୋ ଫିଙ୍ଗି ହୋଲି ଆର୍ଶିବାଦ ନେଇଥାନ୍ତି ଯୁବପିଢୀ । ଏଠାରେ ଏହି ଉତ୍ସବ ପାଳନ ଧାରା ବହୁ ପୁରୁଣା ନୁହେଁ ।

୧୯୯୫ ମସିହାରୁ ଏଠାରେ ଏପରି ହୋଲି ପାଳିତ ହୋଇଆସୁଛି । ବିଶେଷକରି ଏଠାରେ ରହୁଥବା ପ୍ରବାସୀ ଭାରତୀୟଙ୍କ ଉଦ୍ୟମକ୍ରମେ ଆରମ୍ଭ ହୋଇଥିବା ଏହି ଉତ୍ସବ ଏବେ ଏକ ଧାରା ଏବଂ ମହୋତ୍ସବରେ ପରିଣତ ହୋଇଛି । ଅଗଷ୍ଟ ମାସରେ ଆୟୋଜିତ ହେଉଥିବା ଏହି ହୋଲି ଉତ୍ସବରେ ଭାରତୀୟଙ୍କ ସହିତ ସ୍ଥାନୀୟ ସ୍ପେନ୍ ବାସିନ୍ଦା ତଥା ବିଶ୍ୱର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ପ୍ରବାସୀମାନେ ଆଗ୍ରହର ସହିତ ସାମିଲ ହୋଇଥାନ୍ତି । ହୋଲି ଉତ୍ସବରେ ଟମାଟୋ ବ୍ୟବହାର କରାଯାଉଥିବାରୁ ଏଥିପାଇଁ ବହୁ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଥାଏ ।

Leave A Reply

Your email address will not be published.