Latest Odisha News

BREAKING NEWS

ମାଲକାନଗିରି ତୁଳସୀ ପାହାଡରେ ଡାକ୍ତରୀ ଟିମ୍, ଲୋକଙ୍କୁ ଦିଆଗଲା କରୋନା ଟିକା

ମାଲକାନଗିରି : ମାଓ ଉପଦ୍ରୁତ ମାଲକାନଗିରିର ଅପହଞ୍ଚ ଅଞ୍ଚଳରେ ଦିଆଗଲା କରୋନା ଟିକା । ଅପହଞ୍ଚ ଇଲାକାରେ ସ୍ବାସ୍ଥ୍ୟ ଶିବିର କରି ଦିଆଯାଇଛି ମାଗଣା ଔଷଧ । ଏହାସହ ଶହେ ଜଣଙ୍କୁ ଦିଆଯାଇଛି କରୋନା ଟିକା । ତୁଳସୀ ପାହାଡ଼ରେ ୨୦ ଜଣିଆ ଡାକ୍ତରୀ ଦଳ ସ୍ବାସ୍ଥ୍ୟସେବା ଯୋଗାଇ ଫେରିଛନ୍ତି । ତୁଳସୀ ପାହାଡ଼ରେ ମାଓବାଦୀଙ୍କ ପାଇଁ ଲୋକଙ୍କ ମନରେ ଭୟ ରହୁଥାଏ । କିନ୍ତୁ ଏସବୁ ଭିତରେ ସ୍ବାସ୍ଥ୍ୟସେବା ଯୋଗାଇଛି ଡାକ୍ତରୀ ଟିମ୍ ।

୧୨ କିଲୋମିଟର ପାହାଡ଼ ଚଢ଼ି ତୁଳସୀ ପାହାଡ଼ରେ କ୍ୟାମ୍ପ କରି ସେଠାରେ ରହୁଥିବା ଲୋକଙ୍କ ଚିକିତ୍ସା କରିଛନ୍ତି ଡାକ୍ତରୀ ଟିମ୍ । ମାଥିଲି ସବ୍‌ଡିଭିଜନ ସ୍ବାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ଅମୀୟ କୁମାର ସ୍ବାଇଁଙ୍କ ନେତୃତ୍ବରେ ଏହି ଟିମ୍ ତୁଳସୀ ପାହାଡ଼ରେ ପହଞ୍ଚିଥିଲା । ପ୍ରାୟ ୨୦୦ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣାରେ ଔଷଧ ବଣ୍ଟା ଯାଇଥିଲା । ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ସୁପରଭାଇଜର ଏହି ସ୍ବାସ୍ଥ୍ୟ ଶିବିରରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.