ନୂଆଦିଲ୍ଲୀ:ଆମେରିକାର ପଶ୍ଚିମ ଆଲାସ୍କାରେ ଗୋଟିଏ ଦିନ ପୂର୍ବରୁ ନିଖୋଜ ହୋଇଥିବା ବିମାନ ଦୁର୍ଘଟଣାର ଶିକାର ହୋଇଛି । ଏହିପରି, ଗତ ଆଠ ଦିନ ମଧ୍ୟରେ ଆମେରିକାର ଏହା ହେଉଛି ତୃତୀୟ ପ୍ରମୁଖ ବିମାନ ଦୁର୍ଘଟଣା । ସୂଚନା ଅନୁଯାୟୀ, ବିମାନର ଅନୁସନ୍ଧାନ ବେଳେ ବିମାନର ଧ୍ୱଂସାବଶେଷ ଦେଖିବାକୁ ମିଳିଥିଲା ଏବଂ ବିମାନରେ ଥିବା ସମସ୍ତ ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି।
ପଶ୍ଚିମ ଆଲାସ୍କାର ନୋମ ସମ୍ପ୍ରଦାୟ ପାଇଁ ଉଡାଣ ଭରିଥିବା ଛୋଟ ଯାତ୍ରୀବାହୀ ବିମାନ ଶୁକ୍ରବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ଅନୁଯାୟୀ, ବିମାନରେ ଥିବା ସମସ୍ତ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଆମେରିକାର କୋଷ୍ଟଗାର୍ଡ ମୁଖପାତ୍ର, ମାଇକ ସାଲେର୍ନୋ କହିଛନ୍ତି ଯେ ଉଦ୍ଧାର କର୍ମଚାରୀମାନେ ହେଲିକପ୍ଟର ଯୋଗେ ସର୍ଚ୍ଚ ଅପରେସନ କରୁଥିବାବେଳେ ବିମାନର ଧ୍ବଂସାବଶେଷ ପଡ଼ିଥିବା ଦେଖିବାକୁ ମିଳିଥିଲା । ଉଡ଼ାଣର ଏକ ଘଣ୍ଟା ପରେ ବିମାନ ସହ ସିଗନାଲ୍ ବ୍ରେକ୍ ହୋଇଥିଲା ।
ଆଲାସ୍କାର ସାର୍ବଜନିକ ସୁରକ୍ଷା ସେବା ଅନୁଯାୟୀ, ବେରିଂ ଏୟାରର ସିଙ୍ଗିଲ୍ ଇଞ୍ଜିନ ଥିବା ଟ୍ରର୍ବୋପ୍ରାପ ବିମାନ ଗୁରୁବାର ଦ୍ବିପ୍ରହରରେ ୯ ଯାତ୍ରୀ ନେଇ ଉନାଲାକଲିଟ ବିମାନବନ୍ଦରରୁ ଉଡ଼ାଣ ଭରିଥିଲା । ବେରିଂ ଏୟାରର ପରିଚାଳକ ନିର୍ଦ୍ଦେଶ ଡେଭିଡ୍ ଆଲ୍ସନ କହିଛନ୍ତି, ଅପରାହ୍ଣ ୨.୩୭ ମିନିଟରେ ବିମାନ ଉଡାଣ ଭରିଥିଲା । ଏହାର ଏକ ଘଣ୍ଟା ପରେ ବିମାନଠାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଆମେରିକାର କୋଷ୍ଟଗାର୍ଡଙ୍କ ଅନୁସାରେ, ବିମାନଟି ସମୁଦ୍ରତଟରୁ ୧୯ କିଲୋମିଟର ଦୂରରେ ଥିଲା ।
ଉଡାଣ ସମୟରେ ପାଗ ଥଣ୍ଡା ଏବଂ ଖରାପ ରହିଥିବା ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବା କୁହାଯାଉଛି ।
Comments are closed.