Latest Odisha News

BREAKING NEWS

ମିଳିଲା ନିଖୋଜ ବାୟୁସେନା ବିମାନର ଭଗ୍ନାବଶେଷ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ନିଖୋଜ ବିମାନ ଏଏନ୍-୩୨ର ଭଗ୍ନାବଶେଷକୁ ଅରୁଣାଚଳ ପ୍ରଦେଶରେ ଠାବ କରାଯାଇଥିବା ନେଇ ଏଏନଆଇ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । ଏହି ବିମାନଟି ଜୁନ୍ ୩ ତାରିଖରେ ନିଖୋଜ ହୋଇଯାଇଥିଲା।

ପୂର୍ବରୁ ଉକ୍ତ ନିଖୋଜ ବିମାନ ସମ୍ପର୍କୀତ ତଥ୍ୟ କେହି ପ୍ରଦାନ କଲେ ପୁରସ୍କାର ସ୍ୱରୂପ ୫ ଲକ୍ଷ ଟଙ୍କା ଅର୍ଥରାଶି ପ୍ରଦାନ ଲାଗି ଆଇଏଏଫ୍ ଘୋଷଣା କରିଥିଲା ।

ଉଲ୍ଲେଖଯୋଗ୍ୟ, ଜୁନ ୩ ତାରିଖ ଦିନ ରୁଷ ନିର୍ମିତ ଏହି ଏଏନ୍- ୩୨ ଆନ୍ତୋନୋଭ ବିମାନ ୧୩ ଜଣଙ୍କୁ ନେଇ ଆସାମରୁ ଅରୁଣାଚଳ ପ୍ରଦେଶର ମେଚୁକା ମିଲିଟାରୀ ଏୟାରଷ୍ଟ୍ରିପ୍ ଅଭିମୁଖେ ଉଡ଼ାଣ ଭରିଥିଲା। ଏହାର କିଛି ସମୟ ପରେ ବିମାନଟି ନିଖୋଜ ହୋଇଯାଇଥିଲା ।

Leave A Reply

Your email address will not be published.