Latest Odisha News

BREAKING NEWS

ଦେହ

ଦେହ

ଭାରତ ମାଝୀ

ଇଏ ଜମି, କୋଇଲା ଖଣି, ବକ୍ସାଇଟ୍ ମାଳି
ଏପରିକି ମଂଗଳ କି ଚଂଦ୍ରପୃଷ୍ଠ ନୁହେଁ ଯେ
କରିନେବ ଅଧିଗ୍ରହଣ,
ବାବୁ, ଏଇଟା ଦେହ,
ଇଏ ତମ ମାଲିକାନାକୁ କରେନା ପରବାୟ!

ସେ ତା’ର ବୁଝିବ
ଯମୁନା କୂଳରେ ଭଣଜାକୁ ଦବ
ନା ପାଂଚ ଜଣଂକୁ ପାଳି କରି,
ମଂତ୍ର ଫୁଂକି ଗୋଟିଗୋଟି ଦେବତା ବାଛିବ ନା
ସ୍ବାମୀର ଏକାଦଶାହରେ ଦିଅରକୁ ଦବ,
ଠାକୁର ଘରେ ଚଂଦନ ଛିଟା ଖାଉଥିବା
ତମ ପୋଥି, ପୁରାଣରୁ ଭଲା କି ଉତ୍ତର ପାଇବ?

ଦେହକୁ ବାଂଧିବାର ଫଂଦି ଖୋଜନା।
ପଇତା ମାରା ହେଲା ଯଦି ତାକୁ ପକେଇଦେଇ
ନିଜକୁ ଟାଂଗିଦିଅ ଅଲଗୁଣିରେ,
ତମେ ଈଶ୍ୱର ହେଲେ ବି ଦେହ ଇ ଉଭା
ଆଖି ଆଗରେ!

ଦେହକୁ ଛାଡିଦିଅ ତା’ ବାଟରେ
ତାକୁ ଜିତିବାର ଭୁଲ୍ କରନା,
ତମର ସବୁ ଚାଲାକି ତାକୁ ଜଣା !

Leave A Reply

Your email address will not be published.