Latest Odisha News

BREAKING NEWS

ଭୁବନେଶ୍ୱରରୁ ଉଦ୍ଧାର ହେଲା ନିଖୋଜ ନାବାଳକ

ଭୁବନେଶ୍ୱର: ନଭେମ୍ବର ୧୫ ତାରିଖରେ କଟକ ଜିଲ୍ଲାର ବାରଙ୍ଗ ଅଞ୍ଚଳରୁ ନିଖୋଜ ହୋଇଯାଇଥିବା ଗୁଆକୋଲିମୁଣ୍ଡିଆ ଗାଁର ଜଣେ ନାବାଳକଙ୍କୁ ଶନିବାର ଦିନ ଭୁବନେଶ୍ଵରରୁ ଉଦ୍ଧାର କରାଯାଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ ଗତ ନଭେମ୍ବର ୧୭ରେ ବାରଙ୍ଗ ଥାନାରେ ସମ୍ପୃକ୍ତ ନାବାଳକ (୧୧ ବର୍ଷ)ଙ୍କ ମା’ ପୁଅ ନିଖୋଜ ହୋଇଯାଇଥିବା ନେଇ ଅଭିଯୋଗ କରିଥିଲେ। ଯାହା ପରେ ପୋଲିସ ଛାନଭିନ ଆରମ୍ଭ କରିଥିଲା।

ପରିଶେଷରେ ତାଙ୍କୁ ଆଜି ଇନଫୋସିଟି ଥାନା ଅନ୍ତର୍ଗତ ଶିଖରଚଣ୍ଡି ଅଞ୍ଚଳର ଜରିମୁଣ୍ଡା ସାହି ନିକଟରୁ ଉଦ୍ଧାର କରାଯାଇଛି।

ତେବେ ତାକୁ ବାରଙ୍ଗ ଥାନାକୁ ଅଣାଯାଇଥିଲା ବେଳେ ପରିବାର ବର୍ଗଙ୍କୁ ହସ୍ତାନ୍ତର ପୂର୍ବରୁ ବୟାନ ରେକର୍ଡ କରାଯିବ ବୋଲି ପୋଲିସ ସୁତ୍ରରୁ ପ୍ରକାଶ।

Leave A Reply

Your email address will not be published.