Latest Odisha News

BREAKING NEWS

ଫାରୁକ ଅବଦୁଲ୍ଲାଙ୍କ ବିରୋଧରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ପାଖାପାଖି ୧୨ କୋଟିର ସମ୍ପତ୍ତି ଜବତ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର କ୍ରିକେଟ ଘୋଟାଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବଡ଼ କାର୍ଯ୍ୟାନୁଷ୍ଠାନ । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ସମ୍ପତ୍ତି ଜବତ କରାଯାଇଛି । ପାଖାପାଖି ୧୨ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ଇଡି । ଜମ୍ମୁକଶ୍ମୀର କ୍ରିକେଟ ଆସୋସିଏସନର ପୂର୍ବତନ ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା ଦ୍ବାରା କୋଟି କୋଟି ଟଙ୍କାର ହୋଇଥିବା ଘୋଟାଲା ମାମଲାରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଫାରୁକ ଅବଦୁଲ୍ଲାଙ୍କ ଦୁଇଟି ଘର, ୩ଟି ଫ୍ଳାଟ ଓ ଅନ୍ୟ ଏକ ପ୍ରପୋର୍ଟି ଜବତ କରିଛି ଇଡି । ଏହାର ମୋଟ ମୂଲ୍ୟ ୧୧.୮୬ କୋଟି ବୋଲି କୁହାଯାଉଛି । ଏହା ପୂର୍ବରୁ ଫେବୃଆରୀ ମାସରେ ମଧ୍ୟ ଗଜନଫର ଓ ଏହସାନ ଅହମ୍ମଦ ମିର୍ଜାର ୨.୬ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଥିଲା ।

ଏହି ମାମଲା ଜମ୍ମୁ କଶ୍ମୀର କ୍ରିକେଟ ଆସୋସିଏସନର ୪୩.୬୯ କୋଟି ଘୋଟାଲା ସହ ଜଡିତ ।୨୦୧୮ ମସିହାରେ ସିବିଆଇ ଫାରୁକ ଅବଦୁଲ୍ଲା ଓ ଅନ୍ୟ ତିନି ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଥିଲା । ୨୦୦୨ରୁ ୨୦୧୧ ମଧ୍ୟରେ ଜମ୍ମୁ କଶ୍ମୀର କ୍ରିକେଟ ଆସୋସିଏସନକୁ ବିସିସିଆଇ ଦ୍ବାରା ୯୪.୬ କୋଟିର ଫଣ୍ଡ ଆଲର୍ଟ ହୋଇଥିଲା । ଜମ୍ମୁକଶ୍ମୀର କ୍ରିକେଟ ଡେଭଲପମେଣ୍ଟ ପାଇଁ ଏହି ଫଣ୍ଡ ଜାରି କରାଯାଇଥିଲା । ଫାରୁକ ଅବଦୁଲ୍ଲା ଘୋଟାଲା କରିଥିବା ଅଭିଯୋଗ ହୋଇଥିଲା ।

Leave A Reply

Your email address will not be published.