ଭୁବନେଶ୍ୱର : ବିଜେଡି ବିଧାୟକ, ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକଙ୍କ ବୈଠକ ଶେଷ । ସଂଗଠନକୁ କିପରି ସଂଗଠିତ, ବିସ୍ତାର ଓ ତୃଣମୂଳସ୍ତରରୁ ମଜବୁତ କରିହେବ ସେନେଇ ବିଜେଡିର ମାନସ ମନ୍ଥନ ଶେଷହୋଇଛି ।
୨୦୨୪ ନିର୍ବାଚନ ପାଇଁ ନେତାଙ୍କୁ ଟାର୍ଗେଟ ଦେଇଛି ଦଳ । ସଂଗଠନକୁ କିପରି ଚଳଚଞ୍ଚଳ କରାଯିବ ଏବଂ ନିର୍ବାଚନ ଟିମ ରେ କିଏ ରହିବେ ସେ ନେଇ ହୋଇଛି ବିସ୍ତୃତ ଆଲୋଚନା । ଆଗାମୀ ଦିନରେ ଦଳୀୟ କାର୍ଯ୍ୟକ୍ରମ ବିଷୟରେ ମଧ୍ୟ ଆଲୋଚନା ହୋଇଛି । ସରକାରଙ୍କ ଜନ ହିତ ଯୋଜନାକୁ ଘରେ ଘରେ ପହଞ୍ଚାଇବା ପାଇଁ ଆଗାମୀ ଦିନରେ ତୃଣ ମୂଳ ସ୍ତରରେ ବଡ଼ କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ଜିଲ୍ଲା ସଭାପତି, ଜିଲ୍ଲା ପର୍ଯ୍ୟବେକ୍ଷକ ଓ ବରିଷ୍ଠ ନେତାଙ୍କ ସହ ପ୍ରାୟ ଦୁଇ ଘଣ୍ଟା ଧରି ଆଲୋଚନା ହୋଇଥିଲା । ଗତକାଲିର ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ବିଷୟରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି । ୨୦୨୪ ନିର୍ବାଚନ ପୂର୍ବରୁ ସଙ୍ଗଠନକୁ କିପରି ଚଳଚଞ୍ଚଳ କରାଯାଇ ଲୋକଙ୍କ ପାଖରେ ପହଁଚିହେବ ସେଥିପାଇଁ ଖସଡା ପ୍ରସ୍ତୁତ କରିଛି ବିଜେଡି ।
Comments are closed.