Latest Odisha News

BREAKING NEWS

ମନ୍ଦିରର ଦାନ ବାକ୍ସ ଭାଙ୍ଗି ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ସୋନପୁର: ମନ୍ଦିର ଦାନ ବାକ୍ସ ଭାଙ୍ଗି ଲୁଟ୍ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଦେୱାନପାଲି ଗାଁ ନିକଟରେ ଥିବା ଖୁଣ୍ଟଲା ଦର୍ହ ଗୁପ୍ତେଶ୍ୱର ମନ୍ଦିରରୁ ଲୁଟ୍ ହୋଇଛି । ମନ୍ଦିର ଦାନ ବାକ୍ସକୁ ଭାଙ୍ଗି ସେଥିରେ ଥିବା ଟଙ୍କାକୁ କେହି ଦୁର୍ବୃତ୍ତ ଲୁଟି ନେଇଥିବା ଅଭିଯୋଗ ହୋଇଛି ।

ସକାଳୁ ଜଣେ ଭକ୍ତ ମନ୍ଦିରକୁ ଦର୍ଶନ କରିବାକୁ ଆସିଥିବା ବେଳେ ଦାନ ବାକ୍ସ ଭଙ୍ଗା ହୋଇଥିବା ଦେଖିଥିଲେ । ଏନେଇ ମନ୍ଦିର କମିଟିକୁ ସେ ସୂଚନା ଦେଇଥିଲେ । କମିଟି ସଭାପତି ବାକ୍ସ ଖୋଲି ଦେଖିଲା ବେଳକୁ ଦାନ ବାକ୍ସରେ ଟଙ୍କା ନଥିଲା । ଏନେଇ ବୀରମହାରାଜପୁର ଥାନା ଡ୍ୟାମ ସାଇଟ୍ ଫାଣ୍ଡିରେ କମିଟି ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି ।

Leave A Reply

Your email address will not be published.